ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ଅଭିନେତ୍ରୀ ମୋହିନା କୁମାରୀଙ୍କ ଗ୍ରାଣ୍ଡ ରିସ୍ପେସନ ପାର୍ଟିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୁରୁବାର ଦିଲ୍ଲୀରେ ଆୟୋଜିତ ଏହି ଗ୍ରାଣ୍ଡ ପାର୍ଟିରେ ମୋଦୀ ଯୋଗ ଦେଇ ମୋହିନା ଓ ତାଙ୍କ ସ୍ୱାମୀଙ୍କୁ ଆଶୀର୍ବାଦ ଦେଇଛନ୍ତି। ମୋହିନା ଓ ତାଙ୍କ ପରିବାରଙ୍କ ସହିତ ମୋଦୀଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଅଭିନେତ୍ରୀ ମୋହିନା ଉତ୍ତରାଖଣ୍ଡର କ୍ୟାବିନେଟ ମନ୍ତ୍ରୀ ତଥା ଆଧ୍ୟାତ୍ମିକ ଗୁରୁ ସତପାଲ ମହାରାଜଙ୍କୁ ପୁଅ ସୁୟେଶ ରାଓ୍ୱତଙ୍କୁ ବିବାହ କରିଛନ୍ତି। ଗତ ଅକ୍ଟୋବର ୧୫ରେ ମୋହିନା ବିବାହ କରିଥିଲା ବେଳେ ନଭେମ୍ବର ୧୮ରେ ସେ ତାଙ୍କ ରିସେପ୍ସନ ପାର୍ଟି ଦେଇଥିଲେ।

ମୋହିନା ‘ୟେ ରିସ୍ତା କ୍ୟା କେହେଲାତା ହେ’ର କୀର୍ତ୍ତି ଗୋଏଙ୍କା ନାମରେ ଘରେ ଘରେ ପରିଚିତ। କେବଳ ସେତିକି ନୁହେଁ ସେ ପ୍ରକୃତରେ ମଧ୍ୟପ୍ରଦେଶସ୍ଥିତ ରିଓ୍ୱାର ରାଜକୁମାରୀ, ମହାରାଜା ପୁଷ୍ପରାଜ ସିଂ ଜୁଦେବ୍‌ଙ୍କ ଝିଅ। ‘ଡାନ୍ସ୍ ଇଣ୍ଡିଆ ଡାନ୍ସ୍’ର ସିଜନ୍-୩ ଜରିଆରେ ଟେଲିଭିଜନ୍ ପରଦାରେ ପ୍ରଥମ କରି ପାଦ ଦେଇଥିଲେ ମୋହିନା।

Comment