ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିଥିଲେ ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ଠାକୁର। ନିଜର ଏହି ମନ୍ତବ୍ୟ ପାଇଁ ବହୁ ବିବାଦରେ ଫସିବା ପରେ ଆଜି ଲୋକସଭାରେ ଭୁଲ ମାଗିଛନ୍ତି ପ୍ରଜ୍ଞା ଠାକୁର।

‘‘ମୋ ବୟାନକୁ ଅତିରଞ୍ଜିତ କରାଯାଇଛି। ମୋ କଥା ଯଦି କାହାକୁ କ୍ଷତି ପହଞ୍ଚାଇଥାଏ ମୁଁ ଭୁଲ ମାଗୁଛି। ମୁଁ ସବୁବେଳେ ଗାନ୍ଧୀଜୀଙ୍କ କାର୍ଯ୍ୟକୁ ପ୍ରଂଶସା କରିଥାଏ। ମୋ କଥା ଅତିରଞ୍ଜିତ କରି ମୋତେ ମାନସିକ ଯନ୍ତ୍ରଣା ଦିଆଯାଇଛି‘‘, ଲୋକସଭାରେ କହିଛନ୍ତି ପ୍ରଜ୍ଞା।

ବୁଧବାର ଲୋକସଭାରେ ଅଧିବେଶନ ଚାଲିଥିବା ବେଳେ ପ୍ରଜ୍ଞା ଠାକୁର ଗଡ୍‌ସେଙ୍କୁ ଦେଶ ଭକ୍ତ କହିଥିଲେ। ତାଙ୍କର ଏଭଳି ମନ୍ତବ୍ୟ ଶୁଣି ଲୋକସଭାରେ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା।

Comment