ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ଡିସେମ୍ବର ୪କୁ ବୃଦ୍ଧି କରାଯାଇଛି। ସେକେଣ୍ଡାରି ସ୍କୁଲ ମୁଖ୍ୟ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରି ବୋର୍ଡକୁ ପଠାଇବେ।

ପଞ୍ଚମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ୫୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବେ, ସେମାନେ ମେଧାବୃତ୍ତି ଷ୍ଟେଜ୍‌-୧ ପାଇଁ ଫର୍ମ ପୂରଣ କରିପାରିବେ।

ସେହିପରି ସପ୍ତମ ବାର୍ଷିକ ପରୀକ୍ଷାରେ ୫୦%ରୁ ଅଧିକ ନମ୍ବର ରଖିଥିବା ତଥା ନବମରେ ପଢ଼ୁଥିବା ଛାତ୍ରଛାତ୍ରୀ ଷ୍ଟେଜ୍‌-୨ ପାଇଁ ଆବେଦନ କରିପାରିବେ।

ଫର୍ମ ପୂରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଓ କେବଳ ଓଡ଼ିଶା ମାଧ୍ୟମ ପରୀକ୍ଷାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ପୂର୍ବରୁ ପଠାଣୀ ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଫର୍ମପୂରଣ ସମୟସୀମା ନଭେମ୍ବର ୮ରୁ ୨୯ ପର୍ଯ୍ୟନ୍ତ ରହିଥିଲା। ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏହା ଡିସେମ୍ବର ୪କୁ ବୃଦ୍ଧି କରାଯାଇଛି।

Comment