ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚାଳକମାନଙ୍କ ପାଇଁ ଜରୁରୀ ସୂଚନା। ରୋଡ୍ ଉପରେ ଆପଣ ଗଣିପାରନ୍ତି ମୋଟା ଅଙ୍କର ଫାଇନ୍। ରାଜ୍ୟ ସରକାର ପୁଣିଥରେ ଟ୍ରାଫିକ୍ ନିୟମ କୋହଳ କରିଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ନିୟମ ଭାଙ୍ଗିଲେ ଆପଣଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିପାରେ।

ରାଜ୍ୟ ସରକାର କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଆଉ ସବୁଥିରେ ଆଇନ୍ ଉଲ୍ଲଘଂନ କଲେ ଫାଇନ୍ ଗଣିବାକୁ ପଡ଼ିବ ବୋଲି ଘୋଷଣା କରିଛନ୍ତି। ଯଦି କୌଣସି ଗାଡ଼ି ଚାଳକ ଧାର୍ଯ୍ୟ ବେଗଠାରୁ ଅଧିକ ଜୋର୍‌ରେ ଗାଡ଼ି ଚଲାଉଥିବେ ତେବେ ତାଙ୍କଠାରୁ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ଫାଇନ୍ ଆଦାୟ କରାଯିବ।

ଜାଣନ୍ତୁ, କେଉଁ ନିୟମରେ କେତେ ଫାଇନ୍‌

  • ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲଘଂନ କଲେ – ୫ ହଜାର ଟଙ୍କା
  • ମଦ୍ୟପାନ କରି ଗାଡ଼ି ଚଲାଇଲେ – ୧୦ ହଜାର ଟଙ୍କା
  • ରୋଡର ବିପରୀତ ଦିଗରେ ଗାଡ଼ି ଚଲେଇଲେ -୫ ହଜାର ଟଙ୍କା
  • ବେପାରୁଆ ଗାଡ଼ି ଚାଳନା – ୫ହଜାର ଟଙ୍କା
  • ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ – ୫ ହଜାର ଟଙ୍କା
  • ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ମୋବାଇଲରେ କଥା ହୋଇ ଗାଡ଼ି ଚଲାଇଲେ – ୫ ହଜାର ଟଙ୍କା

Comment