ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ପହିଲାରୁ ଅର୍ଥାତ୍‌ କାଲିଠୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ଯାଞ୍ଚ କଡ଼ାକଡ଼ି କରାଯିବ।

ଏନେଇ କମିସନରେଟ୍‌ ପୋଲିସ ଏକ ପ୍ରେସ୍‌ମିଟ୍‌ କରିଛନ୍ତି।  ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ‘‘ଯଦି କୌଣସି ଗାଡ଼ି ଚାଳକ ଟ୍ରାଫିକ୍‌ ନିୟମର ଉଲ୍ଲଘଂନ କରୁଛନ୍ତି ଏବଂ ଜରିମାନା ଦେଉ ନାହାନ୍ତି। ତେବେ ପରମୁହୂର୍ତ୍ତରେ ତାଙ୍କଠୁ ଜରିମାନା ସୁଧ ସହ ନିଆଯିବ। ଗାଡ଼ି ଚାଳକ ତାଙ୍କ ଗାଡ଼ିର ଟିକସ ଦେବା ବେଳେ ବା ଆରଟିଓରେ ଏହି ଜରିମାନା ଦେବେ।’’

ସିସିଟିଭି ଜରିଆରେ ଟ୍ରାଫିକ୍‌ ଉଲ୍ଲଘଂନକାରୀଙ୍କ ଉପରେ ନଜର ରଖାଯିବ। ଯଦି କିଏ ହେଲମେଟ୍‌ ପିନ୍ଧୁନି ବା ଅନ୍ୟ ନିୟମ ମାନୁନି, ତେବେ ସିସିଟିଭି କ୍ୟାମେରା ଜରିଆରେ ଗାଡ଼ି ନମ୍ବର ଦେଖି ତାଙ୍କ ନାମରେ ଜରିମାନା କଟାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ଟ୍ରାଫିକ୍‌ ପୋଲିସ ନ ଧରିଲେ ବି ତଣ୍ଡ ଗଣିବେ। ଏହି ଜରିମାନା ଡାକ ମାଧ୍ୟମରେ ଗାଡ଼ି ଚାଳକଙ୍କ ଘରକୁ ପଠାଇ ଦିଆଯିବ।

Comment