ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଗଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ପବନ ବହିବା ଦ୍ୱାରା ତ୍ୱଚାରେ ଶୁଷ୍କତା ଦେଖାଯାଏ ଏବଂ ଧିରେ ଧିରେ ଫାଟିବାକୁ ଲାଗେ, କିନ୍ତୁ ଏମିତି କିଛି ଉପାୟ ରହିଛି, ଯାହାର ଉପଯୋଗରେ ଶୀତଦିନରେ ଆପଣ ତ୍ୱଚାର ଚମକ୍ ଆଣିପାରିବେ।

  • ଥଣ୍ଡା ଦିନେ ବାଦାମ ତେଲ ତ୍ୱଚା ପାଇଁ ଖୁବ୍ ଲାଭଦାୟକ ଅଟେ। କୋମଳ ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ବାଦାମତେଲ ମାଲିସ୍ କରି ଶୁଅନ୍ତୁ।
  • ଗାଧୋଇବା ପରେ ନଡ଼ିଆ ତେଲ କିମ୍ବା ବଡିଲୋସନ୍ କୁ ତ୍ୱଚାରେ ଭଲ ଭାବେ ମାଲିସ କରନ୍ତୁ। ତ୍ୱଚାରେ ଶୁଷ୍କତା ଦେଖାଯାଏ ନାହିଁ।
  • ଚେହେରା ଧୋଇବା ସମୟରେ ଅଧିକ ଥଣ୍ଡା କିମ୍ବା ଗରମ ପାଣି ବ୍ୟବହାର କରନ୍ତୁ ନାହିଁ।
  • ଓଠ ଫଟା ଓ ଶୁଖିଲା ତ୍ୱଚା ପାଇଁ ସବୁଦିନ ଶୋଇବା ପୂବର୍ରୁ ମଲେଇ, ଗୋଲାପ ଜଳ ଓ ଲେମ୍ବୁ ରସକୁ ଭଳ ଭାବେ ମିଶାଇ ମାଲିସ୍ କରନ୍ତୁ।
  • ମୁଗ ଡାଲି ର ପେଷ୍ଟରେ କ୍ଷୀର ମିଶାଇ ସପ୍ତାହକୁ ୨ ଥର ଗାଧୋଇବା ପୁର୍ବରୁ ଲଗାନ୍ତୁ, ତ୍ୱଚା ନରମ ଓ କୋମଳ ରହିବ।
  • ଗ୍ଲିସେରିନ୍, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣ ଚେହେରା ରେ ଲଗାଇବା ଦ୍ୱାରା ତ୍ୱଚା କୋମଳ ଏବଂ ଗୋରା ଦେଖାଯାଏ।

Comment