ଓଡ଼ିଶାଲାଇଭ୍ ଏଣ୍ଟରେଟନମେଣ୍ଟ ବ୍ୟୁରୋ

ବିଗ୍‌ ବି ଅମିତାଭ ବଚ୍ଚନଙ୍କଠାରୁ ବିପାଶା ବସୁଙ୍କ ଯାଏ ବଲିଉଡର ଆଗଧାଡ଼ିର କଳାକାର ହରର୍‌ ଫିଲ୍ମରେ ଅଭିନୟ କରି ସଫଳତା ପାଇପାରି ନାହାନ୍ତି।

ପ୍ରତିବର୍ଷ ବଲିଉଡ଼ରେ ଶତାଧିକ ହିନ୍ଦୀ ସିନେମା ନିର୍ମିତ ହୁଏ। ସେଥିମଧ୍ୟରୁ କେତେକ ରୋମାଣ୍ଟିକ୍ ତ ପୁଣି କେତେକ ଆକ୍ସନ୍ ଥିଲର୍ ତ ପୁଣି କେତେକ ପାରିବାରିକ ସିନେମା। ଆଉ ଏଥିରୁ ବାଦ୍ ପଡ଼େ ନାହିଁ ହରର ସିନେମା। ହରର୍ ଫିଲ୍ମ କଥା ଉଠିଲେ, ସମସ୍ତଙ୍କର ଧାରଣା ଯେ ଏଥିରେ କୌଣସି ଆଗଧାଡ଼ିର ନାୟକ, ନାୟିକା ଅଭିନୟ କରିନଥାନ୍ତି। ହେଲେ ଏମିତି ଅନେକ ହରର୍ ସିନେମା ରିଲିଜ୍ ହୋଇଛି, ଯେଉଁଥିରେ ବିଗ୍‌ ବି ଅମିତାଭ୍ ବଚ୍ଚନ, ସୁପରଷ୍ଟାର୍ ସଲମାନ୍ ଖାନ୍ ଓ ହଟ୍ ହିରୋଇନ୍ ବିପାସା ବସୁଙ୍କ ଭଳି ଷ୍ଟାର ମଧ୍ୟ ଅଭିନୟ କରିଛନ୍ତି। କିନ୍ତୁ ଅଧିକାଂଶ ଫିଲ୍ମ ଫ୍ଲପ୍ ହୋଇଛି।

ଆସନ୍ତୁ ନଜର ପକାଇବା ସେମିତି କିଛି  ଟପ୍‌ ଷ୍ଟାରଙ୍କ କେତେକ ହରର ସିନେମା ଉପରେ…

ଅମିତାଭ ବଚ୍ଚନ

ବଲିଉଡ଼ର ମହାନାୟକ ଅମିତାଭ୍ ବଚ୍ଚନ ୨୦୦୬ରେ ରିଲିଜ୍ ହୋଇଥିବା ହରର୍ ସିନେମା ‘ଡର୍‌ନା ଜରୁରୀ ହେ’ ରେ ଅଭିନୟ କରିଥିଲେ। ସତୀଶ କୌଶିକ୍ ଓ ରାମ ଗୋପାଲବର୍ମାଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଅନିଲ୍ କପୁର, ସୁନୀଲ ସେଟ୍ଟି, ରିତେଶ ଦେଶମୁଖ୍, ଅର୍ଜୁନ ରାମପାଲ୍, ମଲ୍ଲିକା ଶେରାୱତ୍, ଇଶା କୋପିକର୍ ଓ ବିପାସା ବସୁ ପ୍ରମୁଖ ମଧ୍ୟ କାମ କରିଥିଲେ। ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା। ଏହାର ବକ୍ସ ଅଫିସ କଲେକସନ୍ ଥିଲା ମାତ୍ର ସାଢ଼େ ୫ କୋଟି ଟଙ୍କା।

ସଲମାନ ଖାନ୍

ସୁପରଷ୍ଟାର ସଲମାନ୍ ଖାନଙ୍କୁ ଦର୍ଶକ ୧୯୯୨ରେ ମୁକ୍ତିଲାଭ କରିଥିବା ଏକ ହରର୍ ଫିଲ୍ମ ‘ସୂର୍ଯ୍ୟବଂଶୀ’ରେ ଦେଖିବାକୁ ପାଇଥିଲେ। ଏଥିରେ ସଲ୍‌ମାନଙ୍କ  ଅପୋଜିଟ୍‌ରେ ଥିଲେ ଶିବା। ରାକେଶ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ସୁପରଫ୍ଲପ୍ ହୋଇଥିଲା। ଏହା ମାତ୍ର ଦେଢ଼ କୋଟି ଟଙ୍କାର ବ୍ୟବସାୟ କରିଥିଲା।

କରିସ୍ମା କପୁର

ଠିକ୍ ସେହିପରି ବଲିଉଡ଼ର ଏକଦା ହିରୋଇନ୍ ନମ୍ବର ୱାନ୍ ଭାବେ ପରିଚିତ ହେଉଥିବା କରିସ୍ମା କପୁର ତାଙ୍କର କ୍ୟାରିଅରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଥିଲେ ବି ତାଙ୍କର ଏକ ହରର୍‌ ଫିଲ୍ମ ସୁପରଫ୍ଲପ୍ ହୋଇଥିଲା। ଏହା ହେଲା ‘ପାଜୀ ଗୁଡ଼ିଆ’ ଯାହା ବକ୍ସ ଅଫିସରେ ମାତ୍ର ୪୫ ଲକ୍ଷ ଟଙ୍କାର ଆୟ କରିଥିଲା।

ବବି ଦେଓଲ

‘ବରସାତ୍’ରୁ କ୍ୟାରିଅର୍ ଆରମ୍ଭ କରି ବଲିଉଡ଼ରେ ଷ୍ଟାର ବନିଥିବା ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ବି ହରର୍ ସିନେମାରେ ନଜର ଆସିଛନ୍ତି। ୨୦୧୦ରେ ପରଦାକୁ ଆସିଥିବା ବବିଙ୍କ ଅଭିନୀତ ଫିଲ୍ମ ‘ହେଲ୍‌ପ’ ଥିଲା ଏକ ହରର ସିନେମା। ଏଥିରେ ମୁଗ୍ଧା ଗଜ୍‌ରେ ଓ ଶ୍ରେୟସ୍ ତଲପଡ଼େ ବି ଥିଲେ। କିନ୍ତୁ ଏହା ବକ୍ସ ଅଫିସରେ ମାତ୍ର ୨ କୋଟି ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।

ଜନ୍‌ ଆବ୍ରାହମ

ବଲିଉଡ଼ରେ ଅନ୍ୟତମ ଚର୍ଚ୍ଚିତ ନାୟକ ଜନ୍ ଆବ୍ରାହମ୍। ସେ ୨୦୦୩ରେ ରିଲିଜ୍ ହୋଇଥିବା ହରର୍ ଫିଲ୍ମ ‘ସାୟା’ରେ କାମ କରିଥିଲେ। ଏଥିରେ ତାଙ୍କ ଅପୋଜିଟ୍‌ରେ ନଜର ଆସିଥିଲେ ତାରା ଶର୍ମା। ଅନୁରାମ ବାସୁଙ୍କ ନିର୍ଦ୍ଦେଶିତ ଏହି ସିନେମା ମାତ୍ର ୩ କୋଟି ୨୦ ଲକ୍ଷ ଟଙ୍କା ଆୟ କରିଥିଲା।

ତବୁ

ରାଷ୍ଟ୍ରୀୟ ପୁରସ୍କାର ବିଜୟିନୀ ତବୁ ବି ହରର୍ ସିନେମାରେ ହାତ ମାରିଛନ୍ତି, ହେଲେ ତାଙ୍କୁ ମଧ୍ୟ ମିଳିଛି ଅସଫଳତା। ସେ ‘ହବା’ ଟାଇଟଲ୍‌ରେ ରିଲିଜ୍ ହୋଇଥିବା ଏକ ହିନ୍ଦୀ ସିନେମାରେ କାମ କରିଥିଲେ।  ଯାହା ବକ୍ସ ଅଫିସ କଲେକସନ୍ ହେଲା ୩ କୋଟି ୭୦ ଲକ୍ଷ ଟଙ୍କା।

ଉର୍ମିଳା ମାତୋଣ୍ଡକର

ବଲିଉଡ଼ର ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ବିଭିନ୍ନ ଧରଣର ସିନେମାରେ କାମ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ‘ନୈନା’। ଏହା ଏକ ହରର ଫିଲ୍ମ। ଏହା ମାତ୍ର ୪ କୋଟି ୮୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିଲା।

ସୁସ୍ମିତା ସେନ୍

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ଼ ହିରୋଇନ୍ ସୁସ୍ମିତା ସେନ୍ ‘ବାସୁଶାସ୍ତ୍ର’ ଟାଇଟଲ୍‌ରେ ଏକ ହରର୍ ଫିଲ୍ମରେ ନଜର ଆସିଥିଲେ। ଏଥିରେ ତାଙ୍କ ସହିତ ସାଉଥ୍ ହିରୋ ଚକ୍ରବର୍ତ୍ତୀ ଥିଲେ । କିନ୍ତୁ ଏହା ଫ୍ଲପ୍ ହୋଇଥିଲା। ଏହା ମାତ୍ର ୬ କୋଟି ୯୦ ଲକ୍ଷ ଟଙ୍କାର ଆୟ କରିଥିଲା।

ବିପାଶା ବସୁ

ବଲିଉଡ଼ ସେକ୍ସି ସାଇରନ୍‌ ବିପାସା ବସୁଙ୍କର ଏକ ହରର୍ ଫିଲ୍ମ ହେଲା ‘ଏଲୋନ୍’ ଯାହା ମାତ୍ର ୧୮ କୋଟି ଟଙ୍କାର ବ୍ୟବସାୟ କରି ଫ୍ଲପ୍ ତାଲିକାଭୁକ୍ତ ହୋଇଥିଲା।

ନବାଜଉଦ୍ଦିନ ସିଦ୍ଦିକି

ପ୍ରତିଭାବାନ୍ ଅଭିନେତା ନବାଜଉଦ୍ଦିନ ସିଦ୍ଦିକିଙ୍କ ଅଭିନୀତ ହରର୍ ସିନେମା ‘ଆତ୍ମା’ ବି ଆୟ ମାମଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଏହା ମାତ୍ର ୮ କୋଟି ଟଙ୍କାର ବ୍ୟବସାୟ କରିଥିଲା।

ସୈଫ୍ ଅଲ୍ଲୀ ଖାନ୍‌ ଓ ଇମ୍‌ରାନ୍ ହାସମୀ

ଠିକ୍ ସେହିପରି ସୈଫ୍ ଅଲ୍ଲୀ ଖାନ୍‌ଙ୍କ ହରର ସିନେମା ‘ମୋ ଗୋଆ ପନ୍’ ଓ ଇମିୟାନ ହାସମୀଙ୍କ ‘ରାଜ ରିବୁଟ୍’ ସିନେମା ମାତ୍ର ୨୪ କୋଟି ଆୟ କରିଥିଲା।

Comment