ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ୱଚାକୁ ଚିକ୍କଣ ଏବଂ ସୁନ୍ଦର କରିବା ପାଇଁ ସମସ୍ତେ ଚାହାନ୍ତି। ଏଥିପାଇଁ ଲୋକେ ବିଭିନ୍ନ ଉପାୟ ଆପଣେଇଥା’ନ୍ତି। ହେଲେ ଅଳ୍ପ ଖର୍ଚ୍ଚରେ ଆପଣ ବି ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିପାରିବେ।

କଫିକୁ ଆପଣ ତ୍ୱଚାର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ବ୍ୟବହାର କରିପାରିବେ।

ବାହାରୁ ଘରକୁ ଆସିଲେ ଆପଣ ଫେସ୍‌ଓ୍ୱାସ୍‌ ବଦଳରେ କଫି ପାଉଡରରେ ତ୍ୱଚାକୁ ସଫା କରିପାରିବେ। ଏହା ତ୍ୱଚାରୁ ଧୂଳି ମଇଳା କାଢ଼ି ତ୍ୱଚାକୁ ସଫା କରିଥାଏ।

ଗୋଟେ ଚାମଚ କଫି ପାଉଡରରେ, ଠୋପାଏ ନଡ଼ିଆ ତେଲ ଏବଂ ଟିକେ ମହୁ ମିଶାଇବେ। ପ୍ରଥମେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହାପରେ କଫି ପାଉଡର ପ୍ୟାକ୍‌କୁ ମୁହଁରେ ଲଗାଇ ଦିଅନ୍ତୁ। ୧୦ ମିନିଟ୍‌ ପରେ ମୁହଁକୁ ଭଲ ଭାବରେ ମସାଜ କରନ୍ତୁ ଏବଂ ସାଧା ପାଣିରେ ଧୋଇ ଦିଅନ୍ତୁ।

କଫି ପାଉଡରରେ ସ୍କ୍ରବ୍‌ କଲେ ତ୍ୱଚା ଉଜ୍ଜଳ ଓ ଚମକ୍‌ଦାର ହୋଇଥାଏ।

ଗୋଟେ ଚାମଚ କଫି ପାଉଡରରେ ଅଧ ଚାମଚ ଦହି ମିଶାଇ ମୁହଁରେ ଲଗାନ୍ତୁ। ୩୦ ମିନିଟ୍‌ ପରେ ମୁହଁ ଧୁଅନ୍ତୁ। ଏହାକୁ ସପ୍ତାହରେ ଦୁଇଥର କରନ୍ତୁ। ଏହା କରିବା ଫଳରେ ତ୍ୱଚାରୁ ଟ୍ୟାନ୍‌ ହଟିବା ସହ ମୁହଁ ଦାଗମୁକ୍ତ ରହେ।

Comment