ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କ ମା’ ବେଟ୍ଟୀ କପାଡିଆଙ୍କ ପରଲୋକ ଘଟିଛି। ନିଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ କିଛି ଦିନ ତଳେ ସେ ମୁମ୍ବାଇ ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ସମୟରେ ତାଙ୍କୁ ୮୦ ବର୍ଷ ହୋଇଥିଲା।

ନିକଟରେ ବେଟ୍ଟୀ କପାଡିଆ ନିଜ ପରିବାର ସହ ୮୦ତମ ଜନ୍ମ ଦିବସ ପାଳନ କରିଥିଲେ। କିଛିଦିନ ତଳେ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶନିବାର ଆଇସିୟୁରେ ତାଙ୍କର ମୃତ୍ୟୁ ହୋଇଛି।

ବେଟ୍ଟୀ କପାଡିଆଙ୍କ ମୃତ୍ୟୁରେ ବଲିଉଡର ବହୁ ଜଣାଶୁଣା କଳାକାରମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରବିବାର ସକାଳୁ ତାଙ୍କ ବାସଭବନରେ ବଲିଉଡ୍‌ର ବହୁ କଳାକାର ଅନ୍ତିମ ଦର୍ଶନ କରିଛନ୍ତି।

Comment