ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦରେ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ଏତଲା ପଞ୍ଜିକରଣରେ ବିଳମ୍ଵ ଯୋଗୁଁ ୩ ପୋଲିସ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ସାଇବରାବାଦ ପୋଲିସ କମିସନର ସ୍ପଷ୍ଟ କରିଛନ୍ତି।

ମହିଳା ଡାକ୍ତରଙ୍କ ନିଖୋଜ ଅଭିଯୋଗ ନେଇ ଶୁକ୍ରବାର ରାତିରେ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ହେଲେ ସେମାନେ ଏତଲା ପଞ୍ଜିକରଣ ପାଇଁ ବିଳମ୍ଵ କରିଥିଲେ। ପରେ ପରିବାର ସମସାବାଦ ଥାନାରେ ଅଭିଯୋଗ କରିଥିଲେ।

ଶୁକ୍ରବାର ବିଳମ୍ଵିତ ରାତିରେ ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ତାଙ୍କୁ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ। ଯାହାକି ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏନେଇ ଆନ୍ଦୋଳନ ତେଜିବା ପରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି।

Comment