ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାଭାରତ ବିଷୟରେ ତ ଆପଣମାନେ ଜାଣିଥିବେ। ବର୍ତ୍ତମାନ ଭାରତର ଏମିତି ଏକ ରାଜ୍ୟ ରହିଛି ଯେଉଁଠି ମହାଭାରତର ମହାବଳୀ ଭୀମଙ୍କ ରାକ୍ଷସୁଣୀ ପତ୍ନୀ ହିଡିମ୍ଵାଙ୍କ ବଂଶଜ ରୁହନ୍ତି।

ଏହି ରାଜ୍ୟର ନାଁ ହେଉଛି ନାଗାଲାଣ୍ଡ। ଏହି ରାଜ୍ୟର ଦିମାପୁରରେ ପାଣ୍ଡବମାନେ ବନବାସ ସମୟରେ ଅନେକ ସମୟ ଧରି ରହିଥିଲେ। ଏହି ସ୍ଥାନରେ ଭୀମ ଓ ହିଡିମ୍ଵାଙ୍କ ବିବାହ ମଧ୍ୟ ହୋଇଥିଲା। ଦିମାପୁରକୁ ପୂର୍ବରୁ ହିଡିମ୍ଵାପୁର ମଧ୍ୟ କୁହାଯାଉଥିଲା। ବର୍ତ୍ତମାନ ଏହି ସ୍ଥାନରେ ରହୁଥିବା ଡିମାସା ଜନଜାତି ନିଜକୁ ହିଡିମ୍ଵାଙ୍କ ବଂଶଜ ବୋଲି କହୁଛନ୍ତି।

ଏହି ରାଜ୍ୟର ମହାଭାରତର କିଛି ଏଭଳି ସ୍ଥାନ ରହିଛି ଯାହା ଆଜି ବି ଲୋକଙ୍କୁ ଆକର୍ଷିତ କରିଥାଏ। ଏହାସହ ହିଡିମ୍ଵାଙ୍କ ରାଜବାଟି ମଧ୍ୟ ରହିଛି। ଏହି ରାଜବାଟିରେ ବଡ଼ ବଡ଼ ସତରଞ୍ଜର ଗୋଟି ରହିଛି। ଏହି ସତରଞ୍ଜ ଗୋଟିରେ ଭୀମ ଓ ତାଙ୍କ ପୁଅ ଘଟୋତକଚ ସତରଞ୍ଜ ଖେଳୁଥିଲେ ବୋଲି ମନାଯାଏ।

Comment