ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ରାଜ୍ୟରେ ଆରମ୍ଭ ହେଲା ଟ୍ରାଫିକ୍‌ ଚେକିଂ। ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ରାଜ୍ୟ ସରକାର ଆଗାମୀ ୩ ମାସ ଯାଏଁ ଟ୍ରାଫିକ୍ ନିୟମ କୋହଳ କରିଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ନିୟମ ଭାଙ୍ଗିଲେ ଉଲଙ୍ଘନକାରୀଙ୍କ ଉପରେ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡ଼ିବ।

କେବଳ ଗାଡ଼ି କାଗଜପତ୍ର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଆଉ ସମସ୍ତ ଆଇନ୍ ଉଲ୍ଲଘଂନ କଲେ ଆପଣଙ୍କୁ ମୋଟା ଅଙ୍କର ଫାଇନ୍ ଗଣିବାକୁ ପଡ଼ିବ। ମଦ ପିଇ ଗାଡ଼ି ଚଳଇଲେ, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ, ହେଲ୍‌ମେଟ୍‌ ନପିନ୍ଧିଲେ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ଫାଇନ୍ ଆଦାୟ କରାଯିବ।

ଅନ୍ୟପକ୍ଷରେ ପୋଲିସ ନଥିଲେ ନିୟମ ଉଲଙ୍ଘନକାରୀଙ୍କୁ ଧରିବ ସିସିଟିଭି। ଏହାପରେ ଆପଣଙ୍କ ଘରକୁ ମୋଟା ଅଙ୍କର ଫାଇନ୍‌ ରିସିପ୍ଟ ଡାକ ଯୋଗେ ପହଞ୍ଚିଯିବ।

ଜାଣନ୍ତୁ, କେଉଁ ନିୟମରେ କେତେ ଫାଇନ୍‌

  • ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲଘଂନ କଲେ – ୫ ହଜାର ଟଙ୍କା
  • ମଦ୍ୟପାନ କରି ଗାଡ଼ି ଚଲାଇଲେ – ୧୦ ହଜାର ଟଙ୍କା
  • ରୋଡର ବିପରୀତ ଦିଗରେ ଗାଡ଼ି ଚଲେଇଲେ -୫ ହଜାର ଟଙ୍କା
  • ବେପାରୁଆ ଗାଡ଼ି ଚାଳନା – ୫ହଜାର ଟଙ୍କା
  • ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ – ୫ ହଜାର ଟଙ୍କା
  • ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ମୋବାଇଲରେ କଥା ହୋଇ ଗାଡ଼ି ଚଲାଇଲେ – ୫ ହଜାର ଟଙ୍କା

Comment