ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଦାଖରେ ଯାନବାହନର ରେଜିଷ୍ଟ୍ରେସନ ପାଇଁ ମିଳିଲା ନୂଆ ମାନ୍ୟତା। କେନ୍ଦ୍ର ସରକାର ଲଦାଖର ଯାନବାହନ ପାଇଁ ଏକ ନୂଆ ପଞ୍ଜିକରଣ ନାଁ LA ଆରମ୍ଭ କରିଛନ୍ତି। ଏଣିକି ଲଦାଖରେ ଯାନବାହନର ନମ୍ବର LAରୁ ଆରମ୍ଭ ହେବ।

ପୂର୍ବରୁ ଲଦାଖର ଯାନବାହନରେ ଜମ୍ମୁ କଶ୍ମୀରର ପଞ୍ଜିକୃତ ନାଁ JK ରହୁଥିଲା। ଜମ୍ମୁ କଶ୍ମୀର ଧାରା ୩୭୦ ହଟାଇ ଦିଆଯିବା ପରେ ଜମ୍ମୁ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ ହୋଇଛି। ଏବେ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଲଦାଖକୁ ଏହାକୁ ସ୍ୱତନ୍ତ୍ର ରେଜିଷ୍ଟ୍ରେସନ ନାଁ ମିଳିଛି।

କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ କାର୍ଗିଲ ଏବଂ ଲେହ ନାମରେ ଦୁଇଟି ଜିଲ୍ଲା ରହିଛି। ଫଳରେ ଏହା ଦେଶର ଦ୍ୱିତୀୟ ବୃହତ୍‌ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି। ପ୍ରଥମରେ ରହିଛି ଜମ୍ମୁ କଶ୍ମୀର। ବର୍ତ୍ତମାନ ଲଦାଖ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଏହାକୁ ସମସ୍ତ ସୁବିଧା ସୁଯୋଗ ଦିଆଯାଉଛି।

Comment