ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଆହାରକେନ୍ଦ୍ରକୁ ମିଳିଲା ଆଇଏସ୍ଓ ମାନ୍ୟତା। ରାଜ୍ୟରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ଏହି ମାନ୍ୟତା ମିଳିଛି। ରବିବାର ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ନିଜର ଖୁସି ଜାହିର କରିଛନ୍ତି।


ଆହାର କେନ୍ଦ୍ରକୁ ଆଇଏସ୍ଓ ମାନ୍ୟତା ମିଳିବା ପରେ ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ବିକାଶ ବିଭାଗ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଶିଳ୍ପ ସଂସ୍ଥାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜ୍ୟର ବିଭିନ୍ନ ସହରରେ ଲୋକମାନଙ୍କୁ ଆହାର ଯୋଗାଇବା ପାଇଁ ସରକାରଙ୍କ ତରଫରୁ ୫ ଟଙ୍କିଆ ଆହାର କେନ୍ଦ୍ର ସ୍ଥାପନ କରାଯାଇଛି। ଯେଉଁଠି ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସମସ୍ତ ବର୍ଗର ଲୋକ ମାତ୍ର ୫ଟଙ୍କାରେ ଆହାର ପାଇପାରୁଛନ୍ତି।

Comment