ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦ ବର୍ଷ ତଳେ ଜ୍ୟାକି ଶ୍ରଫ୍‌ଙ୍କ ପ୍ୟାଣ୍ଟ ଚୋରି କରିଥିଲେ ଅଭିନେତା ଅନୀଲ୍‌ କପୁର। ‘ଡାନ୍ସ ପ୍ଲସ୍‌ ୫’ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଅଭିନେତା ଜ୍ୟାକି ଶ୍ରଫ୍‌ ଏହି କଥା କହିଛନ୍ତି।

ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ସୋ’ ‘ଡାନ୍ସ ପ୍ଲସ୍‌ ୫’ର ଏକ ଏପିସୋଡ୍‌ରେ ବଲିଉଡ୍ ଅଭିନେତା ଜ୍ୟାକି ଶ୍ରଫ୍‌ ଓ ଅନୀଲ୍‌ କପୁରଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଦୁହେଁ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ହୋଇଥିଲେ। ଏହି ଅବସରରେ ଅଭିନେତା ଜ୍ୟାକି ଶ୍ରଫ୍‌ ୨୦ ବର୍ଷ ତଳେ ଅନିଲ୍‌ କପୁର ତାଙ୍କ ପ୍ୟାଣ୍ଟ ଚୋରି କରିଥିବା କହିଥିଲେ।

ଏହାକୁ ଶୁଣି ଦର୍ଶକ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପରେ ଏହା ଉପରୁ ପରଦା ଉଠାଇ ଅନିଲ କପୁର ପୂରା କାହାଣୀ ସୋ’ରେ କହିଥିଲେ।

ଫିଲ୍ମ ବିରାସତ୍‌ର ସୁଟିଂ ବେଳେ ଅନିଲ୍‌ କପୁର ଜ୍ୟାକିଙ୍କ ଏକ ପ୍ୟାଣ୍ଟ ଦେଖିଥିଲେ, ଯାହା ତାଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେହି ପ୍ୟାଣ୍ଟ ସେତେବେଳେ ବେଶ୍‌ ଟ୍ରେଣ୍ଡିଂରେ ଚାଲୁଥିଲା। ଦିନେ ସେ ଜ୍ୟାକିଙ୍କ ପାଖକୁ ଯାଇ ସେ ପ୍ୟାଣ୍ଟକୁ ମାଗି ଆଣିଥିଲେ। ଏହାପରଠୁ ସେ ସେହି ପ୍ୟାଣ୍ଟକୁ ଜ୍ୟାକିଙ୍କୁ ଫେରାଇ ନାହାନ୍ତି ବୋଲି ଅନିଲ କପୁର କହିଥିଲେ।

ଜ୍ୟାକି ଶ୍ରଫ୍‌ ଦୀର୍ଘ ୨୦ ବର୍ଷର ପୁରୁଣା କଥାକୁ ମନେ ପକାଇ ସୋ’ରେ ଦର୍ଶକଙ୍କୁ ଭାବବିହ୍ୱଳ କରିଦେଇଥିଲେ। ଏହା ସହ ମସ୍ତି ମଜାରେ ଉକ୍ତ ପ୍ୟାଣ୍ଟକୁ କେବେ ଫେରେବେ ବୋଲି ଜ୍ୟାକି ଅନିଲଙ୍କୁ ପ୍ରଶ୍ନ କରିଥିଲେ।

Comment