ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପ୍ରାୟ ୧୦୦ କୋଟି ମୋବାଇଲ ଗ୍ରାହକଙ୍କ ପାଇଁ ଖରାପ ଖବର। ଚଳିତମାସଠାରୁ କଲ୍‌ ଓ ଡାଟା ଚାର୍ଜ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯିବ। ସମସ୍ତ ଟେଲିକମ କମ୍ପାନି ଯଥା ଆଇଡିଆ, ଜିଓ, ଏୟାରଟେଲ ସେମାନଙ୍କ ମୂଲ୍ୟ ବୃଦ୍ଧି କରିବା ପାଇଁ ଯାଉଛନ୍ତି। ୨୦୧୬ ପରେ ଏହା ହେବ ସବୁଠାରୁ ବଡ଼ ବୃଦ୍ଧି। ଟେଲିକମ୍ ଇଣ୍ଡଷ୍ଟ୍ରୀର ଇତିହାସ ଯେଉଁମାନେ ଦେଖି ଆସିଛନ୍ତି ସେମାନଙ୍କ କହିବା କଥା ଯେ, ମୋବାଇଲ ଫୋନ୍‌ ଇତିହାସରେ ଏତେ ପରିମାଣରେ ଶୁଳ୍କ ବୃଦ୍ଧି ଆଗରୁ କେବେ ହୋଇନଥିଲା।

କ୍ଷତିରେ ଚାଲିଥିବା ଏୟାରଟେଲ ଓ ଭୋଡାଫୋନ-ଆଇଡିଆକୁ ୧୦୦୦ କୋଟି ଜମା କରିବା ପାଇଁ ଜାନୁଆରି ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏଣେ ଜିଓ ବି କହିଛି ଯେ, ଟେଲିକମ ଶିଳ୍ପକୁ ବଞ୍ଚିବା ପାଇଁ କମ୍ପାନି ଉଦ୍ୟମ କରିବ। ଜିଓ ଉପରେ ୭ ଲକ୍ଷ କୋଟି ଟଙ୍କାର କରଜ ରହିଛି। ଏକ ରିପୋର୍ଟରୁ ପ୍ରକାଶ ଯେ ଏବେ ଆଇଡିଆର ୩୧ କୋଟି, ଏୟାରଟେଲର ୨୮ କୋଟି ଗ୍ରାହକ ଅଛନ୍ତି। ପ୍ରାୟ ସବୁ କମ୍ପାନି ହୁଏତ ସେମାନଙ୍କ ଡାଟା ପରିମାଣ କମେଇ ଦେବାକୁ ନିଷ୍ପତ୍ତି କରିଛନ୍ତି କିମ୍ବା ଦେୟ ବଢ଼ାଇବାକୁ ଯାଉଛନ୍ତି।

ଖବର ଅନୁସାରେ ଆସନ୍ତାକାଲିଠାରୁ ଏୟାରଟେଲ ଓ ଆଇଡିଆ ମୋବାଇଲ ଚାର୍ଜ ବଢ଼ାଇବେ। ସେହିଭଳି ୬ ଡିସେମ୍ବରରୁ ଜିଓ ବି ତା’ ଦାମ ବଢ଼ାଇବ।

Comment