ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ଏକ ପାଚେରୀ ଭୁଶୁଡ଼ି ୧୫ ଜଣଙ୍କର ମୃତ୍ୟୁ ଘଟିଛି। ମେଟୁପାଲାୟାମର ନାଦୁର  କାନପ୍ପାନ ଅଞ୍ଚଳରେ ଏହି ଅଘଟଣ ଘଟିଛି। ଭାଙ୍ଗି ଯାଇଥିବା ପାଚେରୀ ତଳେ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଉତ୍ତର ପୂର୍ବ ମୌସୁମୀ କାରଣରୁ ତାମିଲନାଡୁରେ ବହୁ ଅଞ୍ଚଳରେ ଗତ ୨୪ ଘଣ୍ଟା ହେବ ପ୍ରବଳ ବର୍ଷା ହେଉଛି। ତେବେ ଆସନ୍ତା ୨ ଦିନ ମଧ୍ୟ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରାଯାଇଛି।

Comment