ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ବିକ୍ଷୋଭ ଚାଲିଛି। ଦୋଷୀଙ୍କୁ ଫାଶୀ ଦେବାକୁ ଦାବି ହେଉଥିଲା ବେଳେ ଅଭିଯୁକ୍ତଙ୍କୁ ଜେଲ୍‌ରେ ମଟନ୍‌ ଖାଇବାକୁ ମିଳିଛି।

ହାଇଦ୍ରାବାଦ ଗଣଦଷ୍କର୍ମ ମାମଲାରେ ପୋଲିସ୍ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ଏହି ଅଭିଯୁକ୍ତମାନେ ତେଲେଙ୍ଗାନାର ଚେରଲାପାଲ୍ଲୀ ଜେଲରେ ଗିରଫ ହୋଇ ରହିଛନ୍ତି। ରବିବାର ରାତିରେ ଅଭିଯୁକ୍ତମାନଙ୍କୁ ଭାତ ସହ ମଟନ୍ ତରକାରୀ ଦିଆଯାଇଥିଲା। ଦୁଷ୍କର୍ମକାରୀକୁ ଖାଇବାରେ ମଟନ ତରକାରୀ ଦେବାକୁ ସାଧାରଣ ଲୋକ ପସନ୍ଦ କରିନାହାନ୍ତି। ଏହାକୁ ସାଧାରଣରେ ନିନ୍ଦା କରାଯାଇଛି।

ଗତ ବୁଧବାର ହାଇଦ୍ରାବାଦର ସମସାବାଦ୍ ଅଞ୍ଚଳରେ ରହୁଥିବା ପ୍ରିୟଙ୍କା ନାମକ ଜଣେ ପଶୁ ଡାକ୍ତରଙ୍କୁ ଚାରିଜଣ ଯୁବକ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ପ୍ଲାନ କରି ତାଙ୍କର ସ୍କୁଟିର ଚକା ପଞ୍ଚର୍ କରିବା ପରେ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ସାହାଯ୍ୟ କରିବା ବାହାନାରେ ଚାରିଜଣ ଯୁବକ ଅତି ନିର୍ମମ ଭାବେ ପ୍ରିୟଙ୍କାଙ୍କ ଦୁଷ୍କର୍ମ ଓ ପରେ ପରେ ତାଙ୍କର ତଣ୍ଟି ଚିପି ହତ୍ୟା କରିଥିଲେ।

ଅଭିଯୁକ୍ତମାନେ ଧରାପଡ଼ିଯିବା ଭୟରେ ପ୍ରିୟଙ୍କାଙ୍କ ମରଶରୀରକୁ ଘଟଣା ସ୍ଥଳରୁ ୩୦ କିଲୋମିଟର ଦୂର ହାଇଦ୍ରାବାଦ୍ ଓ ବେଙ୍ଗାଳୁରୁ ଜାତୀୟ ରାଜପଥର ଚେତନପଲ୍ଲୀ ଓଭରବ୍ରିଜ୍ ତଳେ ଡିଜେଲ୍ ଢ଼ାଳି ଜାଳିଦେଇଥିଲେ। ଏହି ଘଟଣା ଜାଣିବା ପରେ ସାରା ଦେଶରେ ଏହାକୁ ନେଇ ପ୍ରବଳ ଜନ ଅସନ୍ତୋଷ ଦେଖାଯାଇଥିଲା। ଶହ ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଦାବି କରିଥିଲେ।

1 COMMENT

Comment