ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ ରକ୍ତ ପରୀକ୍ଷାରୁ ହିଁ ଜାଣିହୁଏ। ତେଣୁ କିଛି ଦିନ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇ ନେବା ପାଇଁ ଡାକ୍ତରମାରନେ ପରାମର୍ଶ ଦେଇ ଥାଆନ୍ତି।

ଏହାଛଡ଼ା ହୃତ୍‌ପିଣ୍ଡ, କିଡନୀ, ଡାଇବେଟିସ୍ ଆଦି ରକ୍ତ ପରୀକ୍ଷା ଦ୍ୱାରା ହିଁ ଚିହ୍ନଟ ହୋଇପାରେ। ୩ ବର୍ଷ ବୟସ ପରେ ପ୍ରତି ୨ରୁ ୩ ମାସ ମଧ୍ୟରେ ବା ଅତିକମ୍‌ରେ ୬ ମାସ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇନେବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।

ଯଦି ଆପଣ ଅଧିକାଂଶ ରକ୍ତ ଦାନ କରୁଛନ୍ତି, ତେବେ ଆପଣଙ୍କୁ କିଛି ଦିନ ବ୍ୟବଧାନରେ ରକ୍ତ ପରୀକ୍ଷା କରାଇ ନେବା ଉଚିତ।

Comment