ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା କଲା କେନ୍ଦ୍ର ସରକାର। ଓଡ଼ିଶା ସହ ପଶ୍ଚିମବଙ୍ଗ ପାଇଁ ମଧ୍ୟ ଏହି ସହାୟତା ରାଶି ଘୋଷଣା କରାଯାଇଛି। ଓଡ଼ିଶା ପାଇଁ ୫୫୨ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ପଶ୍ଚିମବଙ୍ଗ ପାଇଁ ୪୧୪ କୋଟି ୯୦ ଲକ୍ଷର ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ବାତ୍ୟା ବୁଲ୍‌ବୁଲ୍‌ର କ୍ଷୟକ୍ଷତି ସମୀକ୍ଷା ପାଇଁ ନଭେମ୍ଵର ୧୫ ତାରିଖରେ କେନ୍ଦ୍ର ଘରୋଇ ବିଭାଗର ଯୁଗ୍ମ ସଚିବ ସହେଲି ଘୋଷ୍ ରାୟଙ୍କ ଅଧ୍ୟକ୍ଷତାରେ ଏକ ୩ ଜଣିଆ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚି ଥିଲେ। ପରେ ପାରାଦୀପ, ଭଦ୍ରକ, ବାଲେଶ୍ଵର ଆଦି ସ୍ଥାନ ବୁଲି ସମୀକ୍ଷା କରିଥିଲେ। ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇ ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା।

ବାତ୍ୟା ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗରେ ନଭେମ୍ଵର ୧୦ ତାରିଖରେ ଲାଣ୍ଡଫଲ୍‌ କରିଥିଲା। ଏହାଫଳରେ ଓଡ଼ିଶାର ପାରାଦୀପ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା।

Comment