ଓଡ଼ିଶାଲାଇଭ୍ ବ୍ୟୁରୋ

ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାର ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗ ପକ୍ଷରୁ ଏହି ଶିବିରର ଆୟୋଜନ କରାଯାଇଥିଲା।

ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ତିନି ଦିନିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସମ୍ ଅଲ୍ଟିମେଟ ମେଡିକେୟାରର ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗର ମୁଖ୍ୟ ଡାକ୍ତର ସୁମନ୍ ପଣ୍ଡା ଏହି ସ୍ୱାସ୍ଥ୍ୟ ଶିବିରର ନେତୃତ୍ୱ ନେଇଥିଲେ। ଏହି ବିଭାଗର ଟେକ୍ନିସିଆନ୍ ୟୁସୁଫ୍ ଶାହ ଡାକ୍ତର ପଣ୍ଡାଙ୍କୁ ସହଯୋଗ କରିଥିଲେ।

ସମ୍ ଅଲ୍ଟିମେଟ ମେଡିକେୟାର ହେଉଛି ପ୍ରଥମ ହସ୍ପିଟାଲ୍ ଯେଉଁଠାରେ କି ପ୍ରୋସ୍ଥେଟିକ୍ସ ଏବଂ ଅର୍ଥୋଟିକ୍ସ ବିଭାଗରେ ଶାରୀରିକ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ପଦ୍ଧତିରେ ବିଶ୍ୱସ୍ତରୀୟ ଚିକିତ୍ସା ପ୍ରଦାନ କରାଯିବା ସହ ଏକ ଫିଜିକାଲ୍ ଥେରାପି ୟୁନିଟ୍ ମଧ୍ୟ କାର୍ଯ୍ୟକ୍ଷମ କରାଯାଉଛି।

ତିନି ଦିନ ଧରି ଆୟୋଜିତ ଏହି ଶିବିରରେ ମାଗଣାରେ ଚିକିତ୍ସା ଓ ପରାମର୍ଶ ପ୍ରଦାନ କରାଯାଇଥିଲା।

Comment