ଓଡ଼ିଶାଲାଇଭ୍ ବ୍ୟୁରୋ

ପେଟ୍ରୋଲ ପମ୍ପରେ ମିଳୁଛି ମାଗଣା ଫୋନ୍‌ କଲ, ଶୌଚାଳୟ ଓ ଆହୁରି ଅନେକ ସବୁଧା, ହେଲେ ଏବେବି ଅନେକ ଏହି ସୁବିଧା ବିଷୟରେ ଜାଣିନ୍ତି ନାହିଁ।

ଏହି ସୁବିଧା ଯଦି କୌଣସି ପେଟ୍ରୋଲ ପମ୍ପରେ ନାହିଁ, ସେ ନେଇ ଆପଣ ସେହି ପେଟ୍ରୋଲ ପମ୍ପ ବିରୋଧରେ ଅଭିଯୋଗ ମଧ୍ୟ କରିପାରିବେ।

ମିଳେ ଫୋନ୍‌ କଲ୍‌ ସୁବିଧା

ଯଦି ଆପଣ କୌଣସି ଏପରି ସ୍ଥାନକୁ ଚାଲିଯାଇଛନ୍ତି ଏବଂ ଆପଣଙ୍କ ଫୋନ ନେଟୱର୍କ କାମ କରୁନି, ସେଭଳି କ୍ଷେତ୍ରରେ ଆପଣ ପେଟ୍ରୋଲ ପମ୍ପରେ ଥିବା ଫୋନର ବ୍ୟବହାର କରିପାରିବେ। ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ  ନାହିଁ। କେବଳ ଜରୁରୀକାଳୀନ ପରିସ୍ଥିତିରେ ଆପଣ ଏହି ଫୋନର ବ୍ୟବହାର କରିପାରିବେ।

ମାଗଣାରେ ଗାଡ଼ି ଚକାରେ ଭରିପାରିବେ ପମ୍ପ

ଅନ୍ୟ ସ୍ଥାନମାନଙ୍କରେ ଆପଣ ଗାଡ଼ିରେ ପମ୍ପ ଭର୍ତ୍ତି କରିବାକୁ ଟଙ୍କା ଗଣିବାକୁ ପଡ଼ିଥାଏ। ତେବେ ପେଟ୍ରୋଲ ପମ୍ପରେ ଗାଡ଼ିରେ ପମ୍ପ ଭର୍ତ୍ତି ପୂରାପୂରି ମାଗଣା ହୋଇଥାଏ। ଇଲେକ୍ଟ୍ରୋନିକ୍ସ ମେସିନ୍ ସାହାଯ୍ୟରେ ସବୁ ପେଟ୍ରୋଲ ପମ୍ପରେ ଏହି ସେବା ଯୋଗାଇ ଦିଆଯାଇଥାଏ।

ମାଗଣା ଶୌଚାଳୟ ଓ ପାନୀୟ ଜଳ ସୁବିଧା

ସମସ୍ତ ପେଟ୍ରୋଲ ପମ୍ପରେ ଲୋକମାନେ ମାଗଣାରେ ଶୌଚାଳୟର ବ୍ୟବହାର କରିପାରିବେ। ଏଥିପାଇଁ ସମସ୍ତ ପ୍ରକାର ସୁବିଧା ପେଟ୍ରୋଲ ପମ୍ପ ପକ୍ଷରୁ କରାଯିବ ବୋଲି ନିୟମ ରହିଛି। ଯଦି କୌଣସି ଶୌଚାଳୟ ଅପରିଷ୍କାର ରହିଥାଏ , ସେନେଇ ଜଣେ ଲୋକ ଅଭିଯୋଗ ମଧ୍ୟ କରିପାରିବେ। ତା’ସହ ସବୁ ପେଟ୍ରୋଲ ପମ୍ପରେ ଲୋକଙ୍କ ପାଇଁ ପାନୀୟ ଜଳର ସୁବିଧା ମଧ୍ୟ ରହିବା ବାଧ୍ୟତାମୂଳକ।

ଫାଷ୍ଟ୍ ଏଡ୍ ବକ୍ସର କରିପାରିବେ ବ୍ୟବହାର

ସମସ୍ତ ପେଟ୍ରୋଲ ପମ୍ପରେ ଫାଷ୍ଟ୍ ଏଡ୍ ବକ୍ସ ରହିଥାଏ। ଯଦି କୌଣସି ଦୁର୍ଘଟଣାରେ ଆପଣ ଆହତ ହୋଇଛନ୍ତି ଏବଂ ଆପଣଙ୍କ ଆଖପାଖରେ କୌଣସି ହସ୍ପିଟାଲ ନାହିଁ, ତେବେ ଆପଣ ପେଟ୍ରୋଲ ପମ୍ପରେ ଥିବା ଫାଷ୍ଟ୍ ଏଡ୍ ବକ୍ସର ବ୍ୟବହାର କରିପାରିବେ। ଏହା ବିଲକୁଲ୍ ମାଗଣା ହୋଇଥାଏ।

Comment