ଓଡ଼ିଶାଲାଇଭ୍ ବ୍ୟୁରୋ

୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଖୁବ୍‌ଶୀଘ୍ର ମିଶ୍ରଣ ହେବ ବୋଲି କିଛି ଦିନ ତଳେ କେନ୍ଦ୍ର ସରକାର ଘୋଷଣା କରିଥିଲେ। ବ୍ୟାଙ୍କ ମିଶ୍ରଣ ହେଲେ କିଛି କର୍ମଚାରୀ ଚାକିରି ହରାଇବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ମୋଦୀ ସରକାର।

ବ୍ୟାଙ୍କ ମିଶ୍ରଣ ହେଲେ କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ। ବ୍ୟାଙ୍କ ମିଶ୍ରଣ ହେଲେ କର୍ମଚାରୀମାନଙ୍କୁ ଅଧିକ ଲାଭ ମିଳିବ ବୋଲି ରାଜ୍ୟସଭାରେ କହିଛନ୍ତି ଅର୍ଥ (ରାଷ୍ଟ୍ର) ମନ୍ତ୍ରୀ ଅନୁରାଗ ଠାକୁର।

‘‘ବ୍ୟାଙ୍କ ମିଶ୍ରଣ ହେଲେ କର୍ମଚାରୀମାନଙ୍କୁ ଅଧିକ ଲାଭ ମିଳିବ। କର୍ମଚାରୀମାନଙ୍କ ସୁବିଧା ପ୍ରତି କେନ୍ଦ୍ର ସରକାର ସବୁବେଳେ ଧ୍ୟାନ ଦେଇ ଆସୁଛନ୍ତି। ବ୍ୟାଙ୍କ ମିଶ୍ରଣ ନିଷ୍ପତ୍ତି ଆମେ ସାବଧନତାର ସହ କରୁଛୁ’’, କହିଛନ୍ତି ଅନୁରାଗ ଠାକୁର।

କେନ୍ଦ୍ର ସରକାର ୧୦ଟି ପବ୍ଲିକ ସେକ୍ଟର ବ୍ୟାଙ୍କର ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ନାସନାଲ ବ୍ୟାଙ୍କ ସହିତ ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍‌ ବ୍ୟାଙ୍କ ସହିତ ଆହ୍ଲାବାଦ ବ୍ୟାଙ୍କ, କାନାଡ଼ା ବ୍ୟାଙ୍କରେ ସିଣ୍ଡିକେଟ୍‌ ବ୍ୟାଙ୍କର ମିଶ୍ରଣ ହେବ।

ସେହିପରି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ହେବ।

Comment