ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୬ ତାରିଖରୁ ଜିଓ ତାର ତାରିଫ୍ ପ୍ଲାନକୁ ବଢ଼ାଇବାକୁ ଯାଉଛି। ଯାହା ଫଳରେ ଗ୍ରାହକମାନେ ନିଜର ପ୍ଲାନ ରିଚାର୍ଜ କରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ିବ। ତେବେ ଏଭଳି ଏକ ଉପାୟ ଅଛି ଯେଉଁଥିରେ ଗ୍ରାହକମାନେ ଗୋଟିଏ ବର୍ଷ ପାଇଁ ପୁରୁଣା ପ୍ଲାନର ଦାମରେ ଜିଓ ରିଚାର୍ଜ ପାଇପାରିବେ।

ଭୋଡାଫୋନ୍ ଓ ଏୟାରଟେଲ ପରେ ଜିଓ ମଧ୍ୟ  ନିଜର ତାରିଫ୍ ପ୍ଲାନରେ ବୃଦ୍ଧି କରିବାକୁ ଯାଉଛି। ଯେଉଁଥିରେ ଗ୍ରାହକମାନେ ପୂର୍ବ ଅପେକ୍ଷା ୪୦ ପ୍ରତିଶତ ଅଧିକ ଟଙ୍କା ଦେଇ ପ୍ଲାନଗୁଡ଼ିକର ରିଚାର୍ଜ କରିବେ। ତେବେ ଯଦି ଗ୍ରାହକମାନେ ଡିସେମ୍ବର ୬ ତାରିଖ ପୂର୍ବରୁ ଜିଓ ପ୍ଲାନଗୁଡ଼ିକ ଆଗୁଆ ରିଚାର୍ଜ କରିଦେବେ, ତେବେ ସେମାନେ ଶସ୍ତାରେ ଜିଓ ପ୍ଲାନ୍ ପାଇପାରିବେ।

ଜିଓ କମ୍ପାନି ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି। ଏହି ଫଟୋକୁ ଦେଖିଲେ ଆପଣ ଜାଣିପାରିବେ ଯେ, କମ୍ପାନି ପକ୍ଷରୁ ୪୪୪ ଟଙ୍କାର ପ୍ଲାନକୁ ଜଣେ ଲୋକ ଆଗୁଆ ୪ଥର ରିଚାର୍ଜ କରିପାରିବ। ଯାହାଦ୍ୱାରା ଜଣେ ଜିଓ ଗ୍ରାହକ ପୂରା ଗୋଟିଏ ବର୍ଷ ପାଇଁ ପୁରୁଣା ଟଙ୍କାରେ ଜିଓ ପ୍ଲାନ ପାଇପାରିବ।

ବର୍ତ୍ତମାନ ୪୪୪ ଟଙ୍କାର ପ୍ଲାନରେ ଦୈନିକ ୨ଜିବି ଡାଟା ସହ୧୦୦ଟି ଏସଏମଏସ୍ କରିବାର ସୁବିଧା ମିଳିପାରୁଛି। ଏହି ପ୍ଲାନର ଅବଧି ୮୪ ଦିନ ପାଇଁ ରହିଛି। ଏଥିରେ ଗ୍ରାହକ ୧୦୦୦ ମିନିଟ ପାଇଁ ମାଗଣାରେ ଅନ୍ୟ ନେଟୱର୍କକୁ ଓ ଅନଲିମିଟେ଼ଡ୍ ଜିଓ କଲ୍ କରିପାରିବେ।

Comment