ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ପରେ ରାଜ୍ୟସଭାର ଅନୁମୋଦନ ଲାଭ କଲା ଏସ୍‌ପିଜି ସଂଶୋଧନ ବିଲ୍।

“ଗାନ୍ଧୀ ପରିବାର ପାଇଁ ଏସ୍‌ପିଜି ବିଲରେ ସଂଶୋଧନ ହୋଇନାହିଁ। କୌଣସି ପରିବାର କିମ୍ବା ବ୍ୟକ୍ତିକୁ ଆଖି ଆଗରେ ରଖି ଏହି ବିଲ୍ ଅଣାଯାଇନି”, କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ବୁଧବାର ରାଜ୍ୟସଭାରେ ଏସ୍‌ପିଜି ସୁରକ୍ଷା ସଂଶୋଧନ ବିଲ୍ ପାସ୍ ହୋଇଯାଇଛି। ଏହା ପୂର୍ବରୁ ଅମିତ ଶାହ ରାଜ୍ୟସଭାରେ ଏସ୍‌ପିଜି ସୁରକ୍ଷା ସଂଶୋଧନକୁ ନେଇ ନିଜର ଉତ୍ତର ରଖିଥିଲେ। ସେ କହିଥିଲେ ଯେ, ଏହି ବିଲ୍ କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଥା ଚିନ୍ତା କରୁନି। ଦେଶର ସମସ୍ତ ନାଗରିକଙ୍କୁ ଏହି ବିଲ୍ ଆଧାରରେ ସୁରକ୍ଷା ଯୋଗାଇ ଦିଆଯିବ।

ନଭେମ୍ବର ୨୭ରେ ଲୋକସଭାରେ ଏସ୍‌ପିଜି ସୁରକ୍ଷା ସଂଶୋଧନ ବିଲ୍ ପାସ୍ ହୋଇସାରିବା ପରେ ମଙ୍ଗଳବାର ଏହା ରାଜ୍ୟସଭାର ମଧ୍ୟ ଅନୁମୋଦନ ଲାଭ କରିଛି। ଏସ୍‌ପିଜି ସୁରକ୍ଷା ସଂଶୋଧନ ଆଇନ୍ ଅନୁସାରେ ଦେଶରେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ଯୋଗାଇଦିଆଯିବ। ଏହି ବିଲକୁ ନେଇ କଂଗ୍ରେସ ନେତାମାନେ ରାଜ୍ୟସଭା ଓ ଲୋକସଭାରେ ଦୃଢ଼ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା।

ପୂର୍ବରୁ ଗାନ୍ଧୀ ପରିବାରକୁ ମିଳୁଥିବା ଏସପିଜି ସୁରକ୍ଷାକୁ ଗୃହ ମନ୍ତ୍ରାଳୟ ହଟାଇଦେଇଛି। ଏବେ ଗାନ୍ଧୀ ପରିବାରର ସମସ୍ତ ବ୍ୟକ୍ତିଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଉଛି।

Comment