ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ ସରକାର ଏକ ବଡ଼ ଘୋଷଣା କରିଛି। ଏଣିକି ଦିଲ୍ଲୀବାସୀ ମାଗଣାରେ ୱାଇଫାଇର ବ୍ୟବହାର କରିପାରିବେ। ଡିସେମ୍ବର ୧୬ ତାରିଖରୁ ଏହି ଯୋଜନାକୁ ଦିଲ୍ଲୀରେ ଆରମ୍ଭ କରିବାକୁ ଯାଉଛି କେଜରିୱାଲଙ୍କ ସରକାର।
୨୦୧୫ ବିଧାନସଭା ନିର୍ବାଚନରେ ରାଜ୍ୟରେ ମାଗଣା ଇଣ୍ଟରନେଟ୍ ସୁବିଧା ଯୋଗାଇଦେବାକୁ ଆମ୍ ଆଦ୍ମୀ ପାର୍ଟି ଲୋକମାନଙ୍କୁ କହିଥିଲେ, ଯାହାକୁ ଆଗାମୀ ନିର୍ବାଚନ ପୂର୍ବରୁ ଆରମ୍ଭ କରିବାକୁ ଯାଉଛନ୍ତି ସରକାର। ଏହି ଯୋଜନାରେ ସରକାର ରାଜ୍ୟର ସବୁ ବସ୍ଷ୍ଟାଣ୍ଡରେ ପ୍ରାୟ ୪ ହଜାର ୱାଇଫାଇ ହଟ୍ସ୍ପଟ୍ ଲଗାଇବେ। ଯେଉଁଥିରେ ଲୋକମାନେ ମାସକୁ ୧୫ ଜିବି ପର୍ଯ୍ୟନ୍ତ ଡାଟା ବ୍ୟବହାର କରିପାରିବେ।
ବସଷ୍ଟାଣ୍ଡ ସହ ପ୍ରତିଟି ନିର୍ବାଚନମଣ୍ଡଳୀରେ ମଧ୍ୟ ୧୦୦ ୱାଇଫାଇ ହଟସ୍ପଟ୍ ଲଗାଇବାକୁ କେଜରିୱାଲ୍ ଯୋଜନା କରୁଛନ୍ତି। ଏହି ହଟସ୍ପଟର ୫୦ ମିଟର ପରିଧି ଭିତରେ ଥିବା ଲୋକମାନେ ଏହାର ସୁବିଧା ଉଠାଇପାରିବେ ବୋଲି କୁହାଯାଇଛି। ସରକାରଙ୍କ ଏହି ଯୋଜନାରେ ସରକାରଙ୍କ ପ୍ରାୟ ଶହେ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି।