ଓଡ଼ିଶାଲାଇଭ୍ ବ୍ୟୁରୋ

“ଦୁଇ ଦୁଇ ଥର ସରକାର ଟ୍ରାଫିକ୍  ନିୟମ କୋହଳ କରି ସାରିଛନ୍ତି। କାଗଜପତ୍ର ଠିକ୍ କରିବାକୁ ଲୋକମାନଙ୍କୁ ଯଥେଷ୍ଟ ସମୟ ମିଳିଛି। ଏହି ସମୟ ଭିତରେ ଲୋକମାନେ ଗାଡ଼ି କାଗଜପତ୍ର ଠିକ୍ କରାଇନିଅନ୍ତୁ। ମାର୍ଚ୍ଚ ମାସ ପରେ ଟ୍ରାଫିକ୍ ଧରପଗଡ଼ ଜୋରଦାର ହେବ”, ଗାଡ଼ିଚାଳକଙ୍କୁ ବୁଧବାର ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କ’ଣ ପାଇଁ ଆଉ ରାଜ୍ୟରେ ନିୟମ କୋହଳ ହେବ? ଅନ୍ୟ ରାଜ୍ୟମାନଙ୍କରେ ତାଙ୍କ ସରକାର ଟ୍ରାଫିକ୍ ନିୟମ କୋହଳ କରିଥିଲେ ବି ଓଡ଼ିଶାରେ ଆଉ ଟ୍ରାଫିକ୍ ନିୟମ କୋହଳ ହେବନାହିଁ।

ସାରା ଦେଶରେ ସେପ୍ଟେମ୍ବର ମାସରୁ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଥିଲା। ଏହାପରେ ରାଜ୍ୟରେ ମଧ୍ୟ ଟ୍ରାଫିକ୍ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିଥିଲା। ଯାହାକୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ଡିସେମ୍ବର ମାସ ପର୍ଯ୍ୟନ୍ତ ଟ୍ରାଫିକ୍ ନିୟମ କୋହଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଡିସେମ୍ବର ମାସ ବେଳକୁ ମଧ୍ୟ ଲୋକମାନେ ନିଜର କାଗଜପତ୍ର ଓ ଲାଇସେନ୍ସ କରିପାରିନଥିଲେ। ଯେଉଁ କାରଣରୁ ଆରଟିଓ ଅଫିସରେ ଲମ୍ବାଲାଇନ୍ ଦେଖିବାକୁ ମିଳିଥିଲା। ଭିଡ଼ ଓ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗାଡ଼ି କାଗଜପତ୍ର ଓ ଲାଇସେନ୍ସ କ୍ଷେତ୍ରରେ ଆଉଥରେ ପୁଣି ତିନି ମାସ ନିୟମ କୋହଳ କରିବାକୁ କହିଥିଲେ। ଯାହାଦ୍ୱାରା ଗାଡ଼ି କାଗଜପତ୍ର ଓ ଲାଇସେନ୍ସ ପାଇଁ ଲୋକଙ୍କଠାରୁ ଫାଇନ୍ ଆଦାୟ ହେବନାହିଁ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here