ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି। ହେଲମେଟ୍‌, ସିଟ୍‌ ବେଲ୍ଟ ଚେକିଂକୁ ପୋଲିସ କଡ଼ାକଡ଼ି କରିଥିବା ବେଳେ ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଙ୍ଗ୍‌ ପୋଲିସର ଚିନ୍ତା ବଢ଼ାଇଛି। ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ କମିସନରେଟ୍‌ ପୋଲିସ ୨୦୦ଟି ରଙ୍ଗ୍‌ ରୁଟ୍‌ ଚିହ୍ନଟ କରିଛି। ସେଥିମଧ୍ୟରୁ ୬୦ଟି ହେଉଛି ଅତିସମ୍ବେଦନଶୀଳ ସ୍ଥାନ।

ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ଜଗିବା ପାଇଁ ଟ୍ରାଫିକ ୱିଙ୍ଗ ପକ୍ଷରୁ ପୋଲିସ ନିୟୋଜିତ କରାଯିବ ବୋଲି ଟ୍ରାଫିକ ଏସିପି ସାଗରିକା ନାଥ କହିଛନ୍ତି।

ରଙ୍ଗ ସାଇଡ୍‌ରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ସତର୍କ କରିବା ପାଇଁ ନିଜେ ଏସିପି ସାଗରିକା ନାଥ ସିଟି ଓମେନ୍ସ କଲେଜ ନିକଟରେ ଚେକିଙ୍ଗ୍‌ କରିଥିଲେ। ରଙ୍ଗ୍‌ ସାଇଡ୍‌ରେ ଆସୁଥିବା ଚାଳକଙ୍କୁ ବୁଝାଇବା ସହ ଆଉ କିଛି ଅମାନିଆ ଚାଳକଙ୍କଠାରୁ ଜରିମାନା ଆଦାୟ କରିଥିଲେ।

LEAVE A REPLY

Please enter your comment!
Please enter your name here