ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ୧୯ ନଦୀ ଜଳ ପ୍ରଦୂଷିତ ଥିବା ଲୋକସଭାରେ କହିଲେ କେନ୍ଦ୍ରମନ୍ତ୍ରୀ। ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ କେନ୍ଦ୍ର ମନ୍ତ୍ରୀ ରତନଲାଲ କଟାରିଆ ଏହି ଉତ୍ତର ଦେଇଥିଲେ। ତାଙ୍କ ଉତ୍ତରରେ ଏବେ ଚିନ୍ତାରେ ରାଜ୍ୟ ସରକାର।

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ରିପୋର୍ଟ ଅନୁସାରେ ଓଡ଼ିଶାରେ ୧୯ଟି ନଦୀ ପ୍ରଦୂଷିତ ହୋଇଛି। ଗଙ୍ଗୁଆ, ଗୁରାଡ଼ିନାଳ, କାଠଯୋଡ଼ି, ନନ୍ଦିରାଝର, ଦୟା, ଲୁଣା, ମଙ୍ଗଳା, କୂଆଖାଇ, ବଙ୍ଗୁରୁନାଳ, ଭେଡେନ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁସୁମୀ, ମହାନଦୀ, ନାଗାବଳୀ, ରତ୍ନଚିରା, ଋଷିକୂଲ୍ୟା, ସବୁଳିଆ, ସେଢୁଆ ନଦୀ ପ୍ରଦୂଷିତ ହୋଇଥିବା ମନ୍ତ୍ରୀ ଲୋକସଭାରେ କହିଛନ୍ତି।

ରାଜ୍ୟରେ ମହାନଦୀ, କାଠଯୋଡ଼ି, କୂଆଖାଇ, ଦୟା ନଦୀ କଟକ-ଭୁବନେଶ୍ଵର ଦେଇ ପ୍ରବାହିତ ହୋଇଥାଏ। ଏହି ଦୁଇ ସହରର ଥିବା ଛୋଟ ବଡ଼ କାରଖାନା ଓ ଏସ୍‌ସିବି ମେଡିକାଲର ବର୍ଜ୍ୟବସ୍ତୁ ନଦୀରେ ପ୍ରବେଶ କରୁଥିବାରୁ ନଦୀ ଜଳ ପ୍ରଦୂଷିତ ହେଉଛି।

Comment