ଓଡ଼ିଶାଲାଇଭ୍ ବ୍ୟୁରୋ

 

ମହିଳା ବ୍ୟାଙ୍କ ମ୍ୟାନେଜରଙ୍କ ସନ୍ଦେହଜନକ ମୃତ୍ୟ। ଭୁବନେଶ୍ୱର ଉପକଣ୍ଠ ବରମୁଣ୍ଡାସ୍ଥିତ ହାଉସିଂବୋର୍ଡ କଲୋନିର ଏମ୍‌ଆଇଜି-୫୧ ଭଡ଼ା ଘରୁ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାମ ଆର୍‌ ରଞ୍ଜିତା ରାଓ। ମୃତ ରଞ୍ଜିତା ଅଶୋକ ନଗରସ୍ଥିତ ୟୁକୋ ବ୍ୟାଙ୍କରେ ସିନିୟର ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ।

ନବରଙ୍ଗପୁର ଜିଲ୍ଲାର ରଞ୍ଜିତା ତାଙ୍କ ବାପା ମାଆଙ୍କ ସହ ଭୁବନେଶ୍ୱରରେ ଭଡ଼ା ଘରେ ରହୁଥିଲେ। ରଞ୍ଜିତା ବୁଧବାର ରାତି  ପ୍ରାୟ ସାଢ଼େ ୮ଟା ବେଳେ ଅଫିସ୍‌ରୁ ଘରକୁ ଫେରିଥିଲେ। ସବୁଦିନ ଭଳି ସେଦିନ ବି ସେ ଖାଇ ପିଇ ଶୋଇଥିଲେ। ହେଲେ ସକାଳୁ ତାଙ୍କ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ରଞ୍ଜିତାଙ୍କ ଆତ୍ମହତ୍ୟା ପଛର କାରଣ କ’ଣ, କ’ଣ ପାଇଁ ଆତ୍ମଦତ୍ୟା କଲେ, ଏନେଇ ପୋଲିସ ପଚରା ଉଚରା ଜାରି କରିଛି।

ରଞ୍ଜିତାଙ୍କ ବାପାଙ୍କ କହିବାନୁଯାୟୀ, ରଞ୍ଜିତା କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ସେମାନଙ୍କ ଜଣା ନାହିଁ। ବୁଧବାର ତାଙ୍କ ବ୍ୟବହାରରେ ସେମିତି କିଛି ପରିବର୍ତ୍ତନ ନ ଥିଲା।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment