ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସିରେ ତାଙ୍କ ବାପା ପଙ୍କଜ କପୁର ନଜର ଆସିବେ। ଦୀର୍ଘଦିନ ପରେ ଏହି ଫିଲ୍ମ ଜରିଆରେ ବାପ ପୁଅ ଏକାଠି ନଜର ଆସିବାକୁ ଯାଉଛନ୍ତି। ଏଥିରେ ସାହିଦ ଜଣେ କ୍ରିକେଟର ଭୂମିକାରେ ଆସିବାକୁ ଯାଉଥିଲା ବେଳେ ତାଙ୍କ ମେଣ୍ଟର ଭୂମିକାରେ ପଙ୍କଜ କପୁର ଅଭିନୟ କରିବେ।

ଏହାପୂର୍ବରୁ ୨୦୧୫ରେ ରିଲିଜ ହୋଇଥିବା ‘ଶାନଦାର’ ଫିଲ୍ମରେ ବାପ ପୁଅଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା।

ଆଲ୍ଲୁ ଅରବିନ୍ଦ, ଦିଲ୍ ରାଜୁ ଓ ଅମନ୍ ଜିଲ୍‌ ଜର୍ସି ଫିଲ୍ମକୁ ନିର୍ମାଣ କରୁଥିଲା ବେଳେ ଗୌତମ ତିନ୍ନାନାଉରୀ ନିର୍ଦ୍ଦେଶନା ଦାୟିତ୍ୱ ରହିବେ। ୨୦୨୦ ଅଗଷ୍ଟ ୨୮ ତାରିଖରେ ଫିଲ୍ମଟି ରିଲିଜ୍ ହେବ ବୋଲି କୁହାଯାଇଛି।

Comment