ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦରେ ମହିଳା ଡାକ୍ତର ହତ୍ୟାରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ମାରି ଗଡ଼େଇ ଦେବା ସହ ଆନ୍ଧ୍ର ଲୋକଙ୍କ ମନରେ ଏକ ପୁରୁଣା ସ୍ମୃତି ଜାଗି ଉଠିଛି। ଠିକ୍ ଏହିଭଳି ଏକ ଘଟଣା ଘଟିଥିଲା ୨୦୦୮ ମସିହାରେ। ସେହି ବର୍ଷ ଜଣେ ଝିଅ ଉପରେ ଏସିଡ୍‌ ଫିଙ୍ଗା ହୋଇଥିଲା। ଏହି ଅପରାଧରେ ଅଭିଯୁକ୍ତ ତିନି ଜଣ ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟରରେ ସଫା କରି ଦେଇଥିଲା। ସଂଯୋଗବଶତଃ ୱାରଙ୍ଗଲ ଘଟଣା ବେଳେ ସେଠାକାର ପୋଲିସ ଏସପି ଥିବା ବିସି ସଜ୍ଜନାର ଏବେ ହାଇଦ୍ରାବାଦର ପୋଲିସ କମିସନର ଅଛନ୍ତି। ସେ ୧୯୯୬ ବ୍ୟାଚର ଆଇପିଏସ।

ଶୁକ୍ରବାର ଦିନର ଘଟଣା ସହିତ ଅତୀତ ଏନକାଉଣ୍ଟରର ଅନେକ ସାମଞ୍ଜସ୍ୟ ରହିଥିବା ବେଳେ କମିସନର ସଜ୍ଜନାରଙ୍କୁ ଲୋକେ ପ୍ରଶଂସାରେ ପୋତି ପକାଇଛନ୍ତି। ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା ଏନକାଉଣ୍ଟରର ଅସଲ ହିରୋ ବୋଲି ଲୋକେ ତାଙ୍କୁ କହୁଛନ୍ତି। ଘଟଣାସ୍ଥଳଟି ଆଜି ‘ଡିସିପି ଜିନ୍ଦାବାଦ ,ଏସପି ଜିନ୍ଦାବାଦ’ ଧ୍ୱନିରେ ପ୍ରକମ୍ପିତ ହେବା ମଧ୍ୟ ଦେଖା ଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ ଏସିଡ୍‌ ଫିଙ୍ଗା ଘଟଣାରେ ଯେତେବେଳେ ୩ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା ସେମାନେ ଦୌଡ଼ି ପଳେଇ ଯିବା ପାଇଁ ଉଦ୍ୟମ କରିଥିଲେ ଓ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।

Comment