ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ୍‌ ଗଣଦୁଷ୍କର୍ମ ମାମଲାରେ ଲୋକମାନଙ୍କ ତୀବ୍ର ପ୍ରତିକ୍ରିୟାକୁ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପୋଲିସ କଲା ଏନକାଉଣ୍ଟର।

ହାଇଦ୍ରାବାଦ ମହିଳା ଡାକ୍ତର ହତ୍ୟାରେ ସମ୍ପୃକ୍ତ ଥିବା ଚାରି ଅଭିଯୁକ୍ତଙ୍କୁ ମାରି ଗଡ଼େଇଛି ତେଲେଙ୍ଗାନା ପୋଲିସ। ଶୁକ୍ରବାର ବଡ଼ି ଭୋରରୁ ହାଇଦ୍ରାବାଦ୍‌ସ୍ଥିତ ଶାଦନଗର ନିକଟସ୍ଥ ଚେତେନାପଲ୍ଲୀ ଓଭରବିଜ୍ର୍‌ ତଳେ ଏହି ଏନ୍‌କାଉଣ୍ଟର ହୋଇଛି। ଯେଉଁଠି ଏହି ୪ ଅଭିଯୁକ୍ତମାନେ ନାଟକୀୟ ଢଙ୍ଗରେ ମହିଳା ଡାଙ୍କରଙ୍କ ସହ ଦୁଷ୍କର୍ମ କରି ପୋଡ଼ି ଦେଇଥିଲେ, ସେଇଠି ଏହି ୪ ଅଭିଯୁକ୍ତଙ୍କ ନାଟକ ଶେଷ ହେଲା।

ତେବେ ୪ ଅଭିଯୁକ୍ତଙ୍କୁ ଗୁଳି ମାରିବା ଏକ ନାଟକୀୟ ଘଟଣା ଭଳି ମନେ ହେଉଛି।  ଗତ କିଛି ଦିନ ଧରି ସାରାଦେଶରେ ଏହି ଘଟଣାକୁ ନେଇ ଯେଉଁ ଜନଅସନ୍ତୋଷ ଦେଖାଯାଇଥିଲା, ବୋଧ ହୁଏ ଏହି ଜନ ଆକ୍ରୋଶରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ପୋଲିସ ଏଭଳି କରିଛି ବୋଲି କୁହାଯାଉଛି। ଅନ୍ୟପଟେ ଏହି ଏନ୍‌କାଉଣ୍ଟର ପଛରେ ତେଲେଙ୍ଗାନା ସରକାରଙ୍କ ଇଙ୍ଗିତ ରହିଛି ବୋଲି ମନେ ହେଉଛି।

କେମିତି ଥିଲା ଏହି ଘଟଣା?

ହାଇଦ୍ରାବାଦ ଗଣଦୁଷ୍କର୍ମର ସେହି ଘଟଣା ସମ୍ପୂର୍ଣ୍ଣ ଫିଲ୍ମ ଷ୍ଟାଇଲ୍‌ରେ ହୋଇଥିଲା। ତେଣୁ ଅଭିଯୁକ୍ତଙ୍କୁ ମଧ୍ୟ ସେହିଭଳି ଫିଲ୍ମ ଷ୍ଟାଇଲରେ ଏନକାଉଣ୍ଟର କରାଯାଇଛି।  ତେଲେଙ୍ଗାନା ପୋଲିସ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିବା ପାଇଁ ଚାରି ଅଭିଯୁକ୍ତଙ୍କୁ ରାତି ୨ଟା ୪୫ରେ ବସ୍‌ରେ ମହିଳା ଡାଙ୍କରଙ୍କୁ ପୋଡ଼ିଥିବା ସ୍ଥାନକୁ ନେଇଥିଲା।

ପୋଲିସ କହିବା ମୁତାବିକ ଅଭିଯୁକ୍ତମାନେ ସେଠାରୁ ଖସି ଯିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ପୋଲିସ ଏନ୍‌କାଉଣ୍ଟର କରିଥିଲା। ସମସ୍ତ ୪ ଜଣ ଅଭିଯୁକ୍ତଙ୍କ ଏଥିରେ ମୃତ୍ୟୁ ଘଟିଛି।

ପୋଲିସ ଏନ୍‌କାଉଣ୍ଟରକୁ ନେଇ ଉଠିଲା ପ୍ରଶ୍ନ

ତେଲେଙ୍ଗାନା ପୋଲିସର ଏନ୍‌କାଉଣ୍ଟରକୁ ନେଇ ଅନେକ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୋଲିସ ଯାଞ୍ଚ କରିବା ପାଇଁ ରାତି ଅଧିଆ ଅଭିଯୁକ୍ତଙ୍କୁ ନେବାର କାରଣ କ’ଣ?

ଏହି ମାମଲାରେ କାନୁନି ପ୍ରକ୍ରିୟା କାହିଁକି ନିଆଗଲା ନାହିଁ?

ଘଟଣାସ୍ଥଳରେ ଅଭିଯୁକ୍ତମାନଙ୍କୁ କଡ଼ା ସୁରକ୍ଷାବଳରେ କାହିଁକି ରଖାଯାଇ ନଥିଲା। ଏନ୍‌କାଉଣ୍ଟର କରିବା କ’ଣ ଏକମାତ୍ର ବିକଳ୍ପ ଥିଲା?

ଅଭିଯୁକ୍ତମାନଙ୍କ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ନଥିବା ବେଳେ ପୋଲିସ କିଭଳି ଏନ୍‌କାଉଣ୍ଟର କଲା?

ବୋଧ୍‌ ହୁଏ ୪ ଅଭିଯୁକ୍ତଙ୍କୁ ଖତମ୍‌ କରିବା ପାଇଁ ଏହା ସୁରଚିତ ଚାଲ୍‌ ଭଳି ମନେ ହେଉଛି। ଏହି ଘଟଣା ପଛରେ ପରୋକ୍ଷରେ ତେଲେଙ୍ଗାନା ସରକାରଙ୍କ ଇଙ୍ଗିତ ରହିଥିବା କଥା ସାଧାରଣରେ ଚର୍ଚ୍ଚା ହେଉଛି।

Comment