ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ ଗଣଦୁଷ୍କର୍ମକାରୀଙ୍କ ମୃତଦେହ ନେବାକୁ ସେମାନଙ୍କ ପରିବାର ଲୋକ ମନା କରିଦେଇଛନ୍ତି। ପରିବାର ଲୋକ ମୃତଦେହ ନେବାକୁ ମନା କରିଦେବାରୁ ପୋଲିସ ଏବେ ସେମାନଙ୍କର ଅନ୍ତିମ ସଂସ୍କାର କରିବ।

ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଶୁକ୍ରବାର ସକାଳେ ପୋଲିସ ଘଟଣାସ୍ଥଳକୁ ନେଇଥିଲା।

ସେଠାରେ ପୋଲିସ କବଳରୁ ଖସି ଯିବାକୁ ଚେଷ୍ଟା କରିଥିଲେ ୪ ଦୁଷ୍କର୍ମକାରୀ। ଏହାସହ ପୋଲିସ ଉପରକୁ ପାଲଟା ଆକ୍ରମଣ ମଧ୍ୟ କରିଥଲେ। ତେଣୁ ବାଧ୍ୟ ହୋଇ ପୋଲିସ୍ ସେମାନଙ୍କୁ ଏନକାଉଣ୍ଟର କରିଥିବା ପୋଲିସ କମିସନର ସୂଚନା ଦେଇଛନ୍ତି

Comment