ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଓଡ଼ିଶା ପୋଲିସ୍‌ ଡିଜି ଭାବେ ଆଇପିଏସ୍‌ ଅଭୟ ସୋମବାର ଦାୟିତ୍ୱ ଗ୍ରହଣ କରିପାରନ୍ତି। ଏନେଇ ଶୁକ୍ରବାର ପୋଲିସ୍‌ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅଭୟ ହେଉଛନ୍ତି ୧୯୮୬ ମସିହା ବ୍ୟାଚ୍‌ର ଅଫିସର।

ଗତ ନଭେମ୍ବର ୨୦ରେ ଅଭୟଙ୍କୁ ଓଡ଼ିଶାର ଡିଜି ଭାବେ ନିଯୁକ୍ତି ମିଳିଥିଲା। ତେବେ ସେତେବେଳେ ସେ କେନ୍ଦ୍ର ଡେପୁଟେସନରେ ଥିବାରୁ ଦାୟିତ୍ୱ ଗ୍ରହଣ କରିପାରିନଥିଲେ। ତେଣୁ ତାଙ୍କ ସ୍ଥାନରେ ଆଇପିଏସ୍‌ ସତ୍ୟଜିତ ମହାନ୍ତିଙ୍କୁ ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ମିଳିଥିଲା।

ବର୍ତ୍ତମାନ ଆଇପିଏସ୍‌ ଅଭୟ କେନ୍ଦ୍ର ଡେପୁଟେସନ୍‌ରୁ ଫେରିଥିବା ଜଣାପଡ଼ିଛି। ତେବେ ଆସନ୍ତା ସୋମବାର ସେ ଓଡ଼ିଶା ପୋଲିସ୍‌ର ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି।

Comment