ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଶୁକ୍ରବାର ଏନାକାଉଣ୍ଟର କରିବା ପାରେ ପୋଲିସ ନିକଟକୁ ୪ଆଡ଼ୁ ପ୍ରଂଶସାର ସୁଅ ଛୁଟିଛି।। ହାଇଦ୍ରାବାଦ ପୋଲିସ ଉପରେ ଲୋକେ ଫୁଲ ବର୍ଷା କରୁଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ପୋଲିସ ଏନକାଉଣ୍ଟର ଖବର ଶୁଣିବା ପରେ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହାଇଦ୍ରବାଦ ପୋଲିସ ଜିନ୍ଦାବାଦ୍ ନାରାରେ ଚାରିଆଡ଼ ପ୍ରକମ୍ପିତ ହେଉଥିଲା। ଅନ୍ୟପଟେ କେତେକ ପୋଲିସ ଅଫିସରଙ୍କୁ ଲୋକମାନେ କାନ୍ଧରେ ଧରି ଶୋଭାଯାତ୍ରାରେ ମଧ୍ୟ ନେଇଥିଲେ।

କେତେକ ମହିଳା ପୋଲିସ ଅଫିସରଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ମଧ୍ୟ ଦେଖିବାକୁ ମିଳିଛି। ସେହିପରି ପୋଲିସ୍ କମିସର ବି ସି ସଜ୍ଜନାରଙ୍କୁ ମଧ୍ୟ ସୋସିଆଲ୍ ମିଡିଆରେ ପ୍ରଂଶସାରେ ପୋତି ପକାଇଛନ୍ତି ଲୋକେ।

Comment