ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକା ଦୁଷ୍କର୍ମକାରୀଙ୍କୁ ରାଜକ୍ଷମା ଦେବା ବ୍ୟବସ୍ଥାକୁ ଉଚ୍ଛେଦ କରାଯିବା ଉଚିତ୍। ଦେଶରେ ନାରୀ ଦୁଷ୍କର୍ମକାରୀଙ୍କୁ ନେଇ ପ୍ରବଳ ଜନଅସନ୍ତୋଷ ଦେଖାଯାଇଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଏଭଳି ମନ୍ତବ୍ୟ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ଶୁକ୍ରବାର ରାଜସ୍ଥାନର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ରାଷ୍ଟ୍ରପତି କୋବିନ୍ଦ କହିଥିଲେ, “ପୋକ୍‌ସୋ ଆଇନ୍ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀମାନଙ୍କ ପାଇଁ ରାଜକ୍ଷମା ରହିବା ଉଚିତ୍ ନୁହେଁ। ସଂସଦରେ ଏ ବିଷୟରେ ଚର୍ଚ୍ଚା ହେବା ଉଚିତ୍। ଏହାସହ ଏହି ବ୍ୟବସ୍ଥାକୁ ତୁରନ୍ତ ହଟାଯିବ ଉଚିତ୍।”

ଯେଉଁ ଦୁଷ୍କର୍ମକାରୀମାନେ ନାବାଳିକାମାନଙ୍କୁ ଦୁଷ୍କର୍ମ କରିଥାନ୍ତି, ସେମାନଙ୍କୁ ପୋକ୍‌ସୋ ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯାଇଥାଏ। ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ପରେ ସାଧାରଣ ଲୋକମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ତୁରନ୍ତ ଏଭଳି ବ୍ୟବସ୍ଥାକୁ ହଟାଇବା ପାଇଁ ଲୋକମାନେ ଦାବି ମଧ୍ୟ କରିଛନ୍ତି।

Comment