ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ଦୁଷ୍କର୍ମକାରୀଙ୍କୁ ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର ଘଟଣାକୁ ସମର୍ଥନ କରିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା।

‘‘ସେମାନେ ବହୁତ ବଡ଼ ଦୋଷୀ, ସେମାନଙ୍କୁ କଠୋର ଦଣ୍ଡ ଦରକାର ଥିଲା।  ଏନେଇ ମାନବାଧିକାର କମିଶନ କ’ଣ କହିବେ ମୁଁ ଜାଣନାହିଁ’’, କହିଛନ୍ତି ପ୍ରତାପ ଜେନା।

ଅନ୍ୟ ଦେଶରେ ଏଭଳି ଅପରାଧ ପାଇଁ କଠୋର ଦଣ୍ଡ ରହିଛି। କେଉଁଠି ଗୁଳି କରାଯାଉଛି ତ ଆଉ କେଉଁଠି ମୁଣ୍ଡ କାଟି ଦିଆଯାଉଛି। ଏଭଳି ଅପରାଧର ଦୋଷୀଙ୍କୁ ଉଚିତ ଶାସ୍ତି ଦେବା ପାଇଁ ଆମ ଦେଶରେ ମଧ୍ୟ କଠୋର ଆଇନ ହେବା ଦରକାର। ତେଣୁ ହାଇଦ୍ରାବାଦରେ ଠିକ ଘଟିଛି। ଅଭିଯୁକ୍ତଙ୍କୁ ଉଚିତ ଦଣ୍ଡ ମିଳିଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

Comment