ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଶନିବାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୬୪.୩୯ ପ୍ରତିଶତ ମତଦାନ ହୋଇଛି। ଏନେଇ ଝାଡ଼ଖଣ୍ଡ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ବିନୟ କୁମାର ଚୌବେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଶନିବାର ଝାଡ଼ଖଣ୍ଡ ବିଧାନସଭାର ୨୦ଟି ଆସନ ପାଇଁ ମତଦାନ ହୋଇଥିଲା। ଏହି ପର୍ଯ୍ୟାୟରେ ୨୬୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି। ଅଳ୍ପ କେତେକ ସ୍ଥାନରେ ହିଂସାକୁ ବାଦ୍ ଦେଲେ ବାକି ସମସ୍ତ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବା ନିର୍ବାଚନ କମିସନର ସୂଚନା ଦେଇଛନ୍ତି।
ଆସନ୍ତା ଡିସେମ୍ବର ୧୨,୧୬ ଏବଂ ୨୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭାର ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ହେବ। ଏହାପରେ ଡିସେମ୍ବର ୨୩ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ। ଏନେଇ ପୂର୍ବରୁ ତାରିଖ ଧାର୍ଯ୍ୟ କରାଯାଇଛି।

















