ଓଡ଼ିଶାଲାଇଭ୍ ବ୍ୟୁରୋ

ଏୟାରଟେଲ୍ ଗ୍ରାହକମାନେ ଏଣିକି ଅନ୍ୟ ନେଟୱାର୍କକୁ ମାଗଣାରେ ଅନଲିମିଟେଡ୍ କଲ୍ କରିପାରିବେ। ଆସିଲା ନୂଆ ଅଫର।

ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ସେମାନେ ଅନ୍ୟ ନେଟୱାର୍କକୁ ଅନଲିମିଟେଡ୍ କଲ୍ କରିପାରିବେ। ଏଥିପାଇଁ ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ କିମ୍ବା ଅତିରିକ୍ତ ଭାଉଚର ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଏନେଇ ଏୟାରଟେଲ୍ କମ୍ପାନି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଏୟାରଟେଲ୍ ପକ୍ଷରୁ ୩ଟି ନୂଆ ପ୍ଲାନର ଆରମ୍ଭ କରାଯାଇଛି। ଏଗୁଡ଼ିକ ହେଲା ୨୧୯, ୩୯୯ ଏବଂ ୪୯୯ ଟଙ୍କା ପ୍ଲାନ।

୨୧୯ ଟଙ୍କାର ପ୍ଲାନରେ ଏୟାରଟେଲ୍  ଗ୍ରାହକମାନେ ଦୈନିକ ୧ ଜିବି ଡାଟା ଓ ୧୦୦ ଏସ୍ଏମ୍ଏସ୍ କରିପାରିବେ। ଏହାର ବୈଧତା ରହିବ ଏକ ମାସ ପାଇଁ। ଏହାସହ ଗ୍ରାହକମାନେ ଯେ କୌଣସି ନେଟୱାର୍କକୁ ଅନଲିମିଟେଡ୍ କଲ୍‌ ମଧ୍ୟ କରିପାରିବେ।

୩୯୯ ଟଙ୍କାର ରିଚାର୍ଜ ପ୍ଲାନରେ ଗ୍ରାହକମାନେ ପ୍ରତିଦିନ ୧.୫ ଜିବି ଡାଟା ଓ ଅନଲିମିଟେଡ୍ ଏୟରଟେଲ୍‌ରୁ ଏୟାରଟେଲ୍‌ ଏବଂ ଏୟାରଟେଲ୍‌ରୁ ଅନ୍ୟ ନେଟୱାର୍କକୁ କଲିଂ ସୁବିଧା ପାଇପାରିବେ। ଏହାର ବୈଧତା ୫୬ ଦିନ ପାଇଁ ରହିଛି। ସେହିପରି ଦୈନିକ ୨ଜିବି ଡାଟା ଓ ଅନଲିମିଟେଡ୍ କଲ୍ ପାଇଁ ଏୟାରଟେଲ୍ ଗ୍ରାହକ ୪୪୯ ଟଙ୍କା ପ୍ଲାନ ରିଚାର୍ଜ କରିପାରିବେ।

ଏହାପୂର୍ବରୁ ଜିଓ, ଭୋଡାଫୋନ୍-ଆଇଡିଆ ଅନଲିମିଟେଡ୍ କଲ୍ ଉପରେ ରୋକ୍ ଲଗାଇଦେଇଛନ୍ତି। ଏଣିକି ନିର୍ଦ୍ଧିଷ୍ଟ ସମୟ ପରେ କଲ୍ କରିଲେ  ଜିଓ ଓ ଭୋଡାଫୋନ୍-ଆଇଡିଆ ଗ୍ରାହକଙ୍କୁ ମିନିଟ୍ ପ୍ରତି ୬ ପଇସା ଦେବାକୁ ପଡ଼ିବ। ତେବେ ଏୟାରଟେଲରେ ଅନ୍ୟ ନେଟୱାର୍କକୁ କଲ୍‌ କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି କମ୍ପାନି କହିଛି। ଏଣିକି ସେମାନେ ଯେକୌଣସି ନମ୍ବରକୁ ଫୋନ୍ କରି ମାଗଣାରେ କଥା ହୋଇପାରିବେ।

Comment