ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସେବା ଭବନରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ୧୦ ଜଣ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ବିଜୁ ଯୁବ ଶସକ୍ତୀକରଣ ଯୋଜନା’ରେ ଲାପଟପ୍‌ ପ୍ରଦାନ କରାଯାଇଛି।

ଚଳିତବର୍ଷ ଜିଲ୍ଲାସ୍ତରରେ ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ମନୋନୟନ ପ୍ରକ୍ରିୟାରେ ପରିବର୍ତ୍ତନ ଯୋଗୁଁ ସବୁ ଜିଲ୍ଲାର ଛାତ୍ରଛାତ୍ରୀ ଯୋଜନାରେ ସାମିଲ ହୋଇପାରିବେ।

ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଥିଲେ, ‘‘ପ୍ରତିବର୍ଷ ଭଳି ଚଳିତବର୍ଷ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ କରାଯିବ। ବିତରଣ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

‘ବିଜୁ ଯୁବ ଶସକ୍ତୀକରଣ ଯୋଜନା’ରେ ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ୨୦୧୩ରୁ ମାଗଣାରେ ଲାପଟପ୍‌ ବଣ୍ଟନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମୋଟ୍‌ ୯୦,୨୦୩ ଜଣ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଣ୍ଟନ କରାସରିଛି।

Comment