ଓଡ଼ିଶାଲାଇଭକ୍‌ ବ୍ୟୁରୋ

ଏନକାଉଣ୍ଟରର ତଦନ୍ତ କରିବାକୁ ଶନିବାର ହାଇଦ୍ରାବାଦରେ ପହଞ୍ଚିଛନ୍ତି ଜାତୀୟ ମାନବାଧିକାର କମିସନ ସଦସ୍ୟ। ଏହି ଟିମ୍‌ ପ୍ରଥମେ ତେଲେଙ୍ଗାନାର ଏନକାଉଣ୍ଟର ସ୍ଥଳ ଅନୁଧ୍ୟାନ କରିବେ।

ଏହାପରେ ମେହବୁବନଗରରେ ମେଡିକାଲ ଯାଇ ଅନୁଧ୍ୟାନ କରିବେ। ମେହବୁବନଗର ମେଡିକାଲରେ ଏନକାଉଣ୍ଟରରେ ମୃତ ୪ଜଣଙ୍କ ଶବ ରହିଛି।

ଅନ୍ୟପଟେ ତେଲେଙ୍ଗାନା ହାଇକୋର୍ଟ ସୋମବାର ରାତି ୮ଟା ଯାଏଁ ଶବଗୁଡ଼ିକ ସୁରକ୍ଷିତ ରଖିବା ପାଇଁ ଆଦେଶ ଦେଇଛନ୍ତି। ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ କିଛି ଲୋକ ପୋଲିସକୁ ସମର୍ଥନ କରୁଥିଲା ବେଳେ ଅନେକ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Comment