ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରପତିଙ୍କ ପାଖରୁ ରାଜକ୍ଷମା ପାଇଁ ଆବେଦନ ଫେରାଇ ଆଣିବାକୁ କହିଲେ ନିର୍ଭୟା ଗଣଦୁଷ୍କର୍ମ ଅଭିଯୁକ୍ତ।

ନିର୍ଭୟା ଗଣଦୁଷ୍କର୍ମକାରୀଙ୍କ ବଦଳିଲା ମନ। ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଇଥିବା ରାଜକ୍ଷମା ଆବେଦନକୁ ଫେରାଇଆଣିବାକୁ ଅପରାଧୀ ଅନୁରୋଧ କରିଛନ୍ତି। ଫଳରେ ଏବେ ତାଙ୍କୁ ଫାଶୀଦଣ୍ଡ ମିଳିବ ଏକପ୍ରକାର ନିଶ୍ଚିତ ହୋଇଥିବା କୁହାଯାଉଛି।

୨୦୧୨ ମସିହାର ଚାଞ୍ଚଲ୍ୟକର ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଭିତରୁ ଜଣେ ନାବାଳକ ଅପରାଧୀକୁ ୧୮ବର୍ଷ ହେବା ପରେ ଛାଡ଼ି ଦିଆଯାଇଥିଲା। ଅନ୍ୟଜଣେ ତିହାର ଜେଲ୍‌ରେ ହିଁ ଆତ୍ମହତ୍ୟା କରିଦେଇଥିଲେ। ତେବେ ଅନ୍ୟ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ହାଇକୋର୍ଟ ଫାଶୀଦଣ୍ଡ ଶୁଣାଇଥିଲେ।

ଏମାନଙ୍କ ମଧ୍ୟରୁ ଅପରାଧୀ ବିନୟ ଶର୍ମା ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ପାଖରେ ଆବେଦନ କରିଥିଲେ। ଏହାପରେ ଗୁରୁବାର ରାଜକ୍ଷମା ଆବେଦନକୁ ଗୃହ ମନ୍ତ୍ରାଳୟ ରାଷ୍ଟ୍ରପତିଙ୍କ ପାଖକୁ ପଠାଇଦେଇଥିଲା। ହେଲେ ଶୁକ୍ରବାର ଅପରାଧୀଜଣକ ଏହି ଆବେଦନକୁ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି।

Comment