ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଦୁଷ୍କର୍ମ ଓ ନାରୀ ଅତ୍ୟାଚାର ବଢୁଥିବା ବେଳେ ଏହାକୁ ନେଇ ପୋଲିସର କାର୍ଯ୍ୟକଳାପ ଉପରେ ଜନସାଧାରଣ ପ୍ରଶ୍ନ କରୁଛନ୍ତି। ସେହିପରି ପୋଲିସଙ୍କ କାର୍ଯ୍ୟକଳାପକୁ ନେଇ ଦେଶର ଶ୍ରେଷ୍ଠ ୧୦ ପୋଲିସ ଥାନାର ତାଲିକା ପ୍ରକାଶ ପାଇଛି। ହେଲେ ଏଥିରେ ଓଡ଼ିଶା ସ୍ଥାନ ପାଇନାହିଁ। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ଅବେରଦିନ ଥାନା। ଏହି ଥାନା ଆଣ୍ଡାମାନ ନିକୋବର ଦ୍ଵିପପୁଞ୍ଜରେ ରହିଛି।

ଏହି ତାଲିକା ଗୃହ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶ କରାଯାଇଛି। ଅବେରଦିନ ଥାନା ପରେ ଦ୍ଵିତୀୟ ସ୍ଥାନରେ ରହିଛି ଗୁଜୁରାଟ, ତୃତୀୟରେ ମଧ୍ୟପ୍ରଦେଶ, ଚତୁର୍ଥରେ ତାମିଲନାଡୁ, ପଞ୍ଚମରେ ଅରୁଣାଚଳ ପ୍ରଦେଶ, ଷଷ୍ଠରେ ଦିଲ୍ଲୀ, ସପ୍ତମରେ ରାଜସ୍ଥାନ ରହିଛି। ସେହିପରି ଅଷ୍ଟମରେ ତେଲେଙ୍ଗାନା, ନବମରେ ଗୋଆ ରହିଥିବା ବେଳେ ଦଶମରେ ମଧ୍ୟ ପ୍ରଦେଶ ରହିଛି।

ଶ୍ରେଷ୍ଠ ଥାନା ପାଇଁ ଏକ ନିର୍ବାଚନ କରାଯାଇଥିଲା। ସମ୍ପତ୍ତିକୁ ନେଇ ଅପରାଧ, ଦ୍ଵିତୀୟରେ ମହିଳାଙ୍କ ବିରୋଧରେ ଅପରାଧ, ତୃତୀୟରେ ସମାଜରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ବ୍ୟକ୍ତିଙ୍କ ବିରୋଧରେ ହେଉଥିବା ଅପରାଧ ଯେଉଁ ଥାନାରେ କମ ଭାବରେ ମିଳିଛି ତାହାକୁ ଶ୍ରେଷ୍ଠ ଥାନା ଭାବେ ବିଚାର କରାଯାଇଛି।

Comment