ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ ଏନକାଉଣ୍ଟରକୁ ନେଇ ସାରାଦେଶରେ ଚର୍ଚ୍ଚା ଲାଗି ରହିଥିଲା ବେଳେ ସେହପରି ଆଉ ଏକ ଏନକାଉଣ୍ଟର କରିବାକୁ ଦାବି ହୋଇଛି। ଏହି ଦାବି କରିଛନ୍ତି ଉନ୍ନାଓ ପୀଡ଼ିତାଙ୍କ ବାପା। ଶୁକ୍ରବାର ରାତିରେ ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ଘଟିବା ପରେ ଝିଅକୁ ନ୍ୟାୟ ଦେବା ପାଇଁ ଅଭଯୁକ୍ତଙ୍କୁ ଗୋଡ଼େଇ ଗୋଡ଼େଇ ମାରି ଦେବାକୁ ଉତ୍ତର ପ୍ରଦେଶ ସରକାରଙ୍କ ନିକଟରେ ଦାବି କରିଛନ୍ତି ପୀଡ଼ିତାଙ୍କ ବାପା।

‘‘ଯେଭଳି ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ମାରିଛି ସେହିପରି ମୋ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ମରାଯାଉ। ନହେଲେ ସେମାନଙ୍କୁ ଫାଶୀ ଦିଆଯାଉ। ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ପରେ ଯାଇ ମୋ ଝିଅର ଆତ୍ମାକୁ ଶାନ୍ତି ମିଳିବ’’, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ପୀଡ଼ିତାଙ୍କ ବାପା।

ଗୁରୁବାର ସକାଳୁ ୫ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଜୀଅନ୍ତା ଜାଳି ଦେଇଥିଲେ। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯୁବତୀଙ୍କୁ ସେହିଦିନ ସନ୍ଧ୍ୟାରେ ଏୟାରଲିଫ୍ଟ କରି ଲକ୍ଷ୍ନୌସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ହସ୍ପିଟାଲରୁ ଦିଲ୍ଲୀ ନିଆଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା।

Comment