ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ରାଜଧାନୀ ଦିଲ୍ଲୀରେ ରବିବାର ସକାଳେ ଘଟିଛି ଏକ ଅଭାବନୀୟ ଘଟଣା। ଦିଲ୍ଲୀର ରାଣୀ ଝାନ୍‌ସୀ ରୋଡ୍‌ ଅନାଜ ମଣ୍ଡିସ୍ଥିତ ଏକ କାରଖାନାରେ ଭୟଙ୍କର ଭାବେ ନିଆଁ ଲାଗିଛି। ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।

ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସର୍ଟ ସର୍କିଟ୍‌ ଫଳରେ ନିଆଁ ଲାଗିଥିବା ସୂଚନା ମିଳିଛି।

ଶନିବାର ଭୋର ୫ଟାରେ ଅନାଜ ମଣ୍ଡିସ୍ଥିତ ଏକ ୩ ମହାଲା ବିଶିଷ୍ଟ ଲଗେଜ୍‌ କାରଖାନାରେ ନିଆଁ ଲାଗିଯାଇଥିଲା। ଚାହୁଁ ଚାହୁଁ ନିଆଁର ପ୍ରଭାବ ପୂରା ବିଲ୍ଡିଂକୁ ମାଡ଼ିଯାଇଥିଲା। ଘଟଣାସ୍ଥଳଟି ଏକ ଗଳି ଭିତରେ ଥିବାର ଦଳକଳ ବାହିନୀ ମଧ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଦଳକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ସକ୍ଷମ ହୋଇଛି।

ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪୩ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହତମାନଙ୍କୁ ଦିଲ୍ଲୀର ଏଲ୍‌ଏନ୍‌ଜେପି ହସ୍ପିଟାଲ, ଆର୍‌ଏମ୍‌ଏଲ୍‌ ହସ୍ପିଟାଲ, ସଫଦର୍‌ଜଙ୍ଗ୍‌ ଏବଂ ହିନ୍ଦୁ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଏହା ଦିଲ୍ଲୀର ସବୁଠାରୁ ବଡ଼ ରେସକ୍ୟୁ ଅପରେସନ ଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି।

Comment