ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ସାନ ଭଉଣୀ ସାୟମା ତମଶୀ ସିଦ୍ଦିକିଙ୍କ ପରଲୋକ ଘଟିଛି। ଶନିବାର ପୁନେସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ ବୟସ ହୋଇଥିଲା। ବହୁ ଦିନଧରି ସେ ବ୍ରେଷ୍ଟ କ୍ୟାନ୍‌ସରେ ପୀଡ଼ିତ ଥିଲେ।

ସାନ ଭଉଣୀଙ୍କ ଅନ୍ତିମ ସଂସ୍କାରରେ ନୱାଜୁଦ୍ଦିନ୍‌ ଉପସ୍ଥିତ ରହିପାରିବେ ନାହିଁ। ବର୍ତ୍ତମାନ ଏକ ଫିଲ୍ମର ସୁଟିଂରେ ସେ ଆମେରିକାରେ ଅଛନ୍ତି। ତେବେ ଶନିବାର ହିଁ ଉତ୍ତରପ୍ରଦେଶର ନିଜ ଗାଁ ବୁଧାନରେ ସାୟମାଙ୍କ ଅନ୍ତିମ ସଂସ୍କାର କରାଯିବ।

ଗତବର୍ଷ ଅକ୍ଟୋବର ୧୩ ତାରିଖରେ ସାୟମାଙ୍କ ଜନ୍ମ ଦିନ ଅବସରରେ ନୱାଜ୍‌ ସୋଶାଲ୍‌ ମିଡିଆରେ ଏକ ପୋଷ୍ଟ କରିଥିଲେ। ଭଉଣୀକୁ ଜନ୍ନଦିନ ଶୁଭେଚ୍ଛା ଦେଇ ଲେଖିଥିଲେ, “୧୮ ବର୍ଷ ବୟସରୁ ମୋ ଭଉଣୀ ବ୍ରେଷ୍ଟ କ୍ୟାନସର୍‌ରେ ପୀଡ଼ିତ ହୋଇଛି। ନିଜର ଇଚ୍ଛା ଶକ୍ତି ଓ ସାହସ ବଳରେ ଏପର୍ଯ୍ୟନ୍ତ କ୍ୟାନ୍‌ସର ସହ ଲଢୁଛନ୍ତି। ଆଜି ସେ ୨୫ ବର୍ଷରେ ପାଦ ଥାପିଥିଲେ ମଧ୍ୟ ତାଙ୍କ ସଂଘର୍ଷ ଜାରି ରହିଛି।”

Comment