ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ୍‌ର ସୁପରହିଟ୍‌ ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲଙ୍କ ଆଜି ତାଙ୍କ ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ଧରମ ପାଜି ୧୯୩୫ ମସିହା ଡିସେମ୍ଵର ୦୮ ତାରିଖରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ୭୦ ଦଶକରେ ବଲିଉଡ୍‌ ଜଗତରେ ଏକ ପ୍ରକାର ରାଜ୍‌ କରୁଥିଲେ ଧର୍ମେନ୍ଦ୍ର। ତାଙ୍କ ଅନେକ ଚଳିଚ୍ଚିତ୍ର ସୁପରହିଟ୍‌ ମଧ୍ୟ ହୋଇଛି।

ପିଲା ବେଳୁ ଧରମ ପାଜିଙ୍କ ଅଭିନୟରେ ଆଗ୍ରହ ଥିଲା। ଏହି ଆଗ୍ରହ ତାଙ୍କୁ ମୁମ୍ଵାଇ ନେଇ ଆସିଥିଲା। ପରେ ସେ ମୁମ୍ଵାଇରେ ରହିଯାଇଥିଲେ। ସେ ସମୟରେ ସେ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ହେଲେ ଏମିତି ଏକ ସମୟ ଆସିଲା ଯାହାକି ତାଙ୍କ କ୍ୟାରିୟର ବଦଳାଇ ଦେଇଥିଲା। ୭୦ ଦଶକରେ ସେ ସିଲଭର ସ୍କ୍ରିନ୍‌ର ସୁପରଷ୍ଟାର ହୋଇଯାଇଥିଲେ।

ଏହି ସମୟରେ ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଳିନୀଙ୍କ ସହ ତାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଲୋକ। ଫିଲ୍ମ କରୁ କରୁ ଉଭୟ ନିକଟତର ହୋଇଥିଲେ। ପରେ ୧୯୮୦ ମସିହାରେ ଧର୍ମେନ୍ଦ୍ର ହେମା ମାଳିନୀଙ୍କୁ ବିବାହ କରିଥିଲେ।

ଯେତେବେଳେ ଧର୍ମେନ୍ଦ୍ର ହେମାଙ୍କୁ ବିବାହ କରିଥିଲେ ସେ ସମୟରେ ଧର୍ମେନ୍ଦ୍ର ପୂର୍ବରୁ ବିବାହିତ ଥିଲେ। ତାଙ୍କ ପ୍ରଥମ ସ୍ତ୍ରୀଙ୍କ ନାଁ ଥିଲା ପ୍ରକାଶ କୌର। ତାଙ୍କର ଦୁଇ ପୁଅ ହେଲେ ଶନ୍ନି ଦିଓଲ ଓ ବବି ଦିଓଲ। ହେଲେ ଧର୍ମେନ୍ଦ୍ର ହେମାଙ୍କ ପାଇଁ ନିଜ ଧର୍ମ ପରିବର୍ତ୍ତନ କରି ତାଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଓ ହେମାଙ୍କ ଦୁଇ ଝିଅ ହେଲେ ଇଶା ଓ ଆହାନା।

ଧର୍ମେନ୍ଦ୍ର ହେମାଙ୍କ ସହ ୧୨ରୁ ଅଧିକ ଫିଲ୍ମ ରହିଛି। ଏହି ଯୋଡ଼ି ଦର୍ଶକଙ୍କୁ ମୋହିତ କରିଥିଲା। ତୁମ ହଁସି  ମେ ଜଁବା, ନୟା ଜମାନା, ସରାଫତ, ସୀତା ଔର ଗୀତା, ରାଜା ରାନୀ, ପଥର ଔର ପାୟଲ, ଜୁଗୁନୁ, ପ୍ରତିଜ୍ଞା, ବାରୁଦ, ଚରସ, ଡ୍ରିମ ଗାର୍ଲ, ସୋଲେ, ଦ ବର୍ନିଂ ଟ୍ରେନ, ନସିବ, ଆସପାସ ଓ ରଜିୟା ସୁଲତାନ ଭଳି ଅନେକ ଫିଲ୍ମ କରିଛନ୍ତି।

Comment