ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ପରଲୋକ ଘଟିଛି। ଶନିବାର ବଳିମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା।

୧୯୨୯ ମସିହା ନଭେମ୍ବର ୨୭ରେ ଜନ୍ମ ଗ୍ରହଣ କରିଥିବା ଭାଗବତ ପ୍ରସାଦ ମହାନ୍ତି କେନ୍ଦ୍ରପଡ଼ା ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ଥିଲେ କେନ୍ଦ୍ରାପଡ଼ା ଅର୍ବାନ-କୋ-ଅପରେଟିଭ୍‌ ବ୍ୟାଙ୍କର ସଭାପତି। ୧୯୬୯ ମସିହାରେ ସେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତର ଅଧ୍ୟକ୍ଷ ହୋଇଥିଲେ।

୧୯୭୧ ମସିହାରେ ପ୍ରତ୍ୟେକ୍ଷ ରାଜନୀତିକୁ ଆସି ପ୍ରଜା ସୋସିଆଲିଷ୍ଟ ପାର୍ଟି ପକ୍ଷରୁ ବିଧାନସଭାରୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ କଂଗ୍ରେସ ଦଳରେ ଯୋଗ ଦେଇ ୧୯୮୫ ଏବଂ ୧୯୯୫ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଭାଗବତ ପ୍ରସାଦ ମହାନ୍ତି ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଦୁଃଖ ପ୍ରକାଶ କରିଛନ୍ତି।

Comment