ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ରହିବା ପାଇଁ ହାତର ପରିଷ୍କାର ପରିଚ୍ଛନତା ଉପରେ ବିଶେଷ ଗୁରୁତ୍ୱ ଦେବା ସମସ୍ତଙ୍କ କର୍ତ୍ତବ୍ୟ। ତେବେ ନିଜକୁ ସୁସ୍ଥ ରଖିବା ପାଇଁ କେବଳ ଖାଇବା ପୂର୍ବରୁ ହାତ ଧୋଇବା ଜରୁରୀ ନୁହେଁ, ବରଂ ସବୁବେଳେ ଆମ ହାତ ସଫା ରହିବା ଦରକର। ହାତକୁ ପରିଷ୍କାର ରଖିବା ପାଇଁ ଗରମ ପାଣିରେ ନା ଥଣ୍ଡା ପାଣିରେ ହାତ ଧୋଇବା ଏନେଇ ମଧ୍ୟ ଅନେକ ସନ୍ଦେହରେ ପଡ଼ିଥାନ୍ତି।

ଆସନ୍ତୁ ଜାଣିବା କେଉଁ ପାଣିରେ ହାତ ଧୋଇବା ସ୍ୱାସ୍ଥ୍ୟ ପାଇଁ ଭଲ?

ଜର୍ନଲ ଅଫ୍‌ ଫୁଡ୍‌ ପ୍ରୋଟେକ୍ସନରେ ପ୍ରକାଶିତ ଏକ ରିସର୍ଚ୍ଚ ଅନୁସାରେ ହାତ ଧୋଇବା ପାଇଁ ଗରମ ବା ଥଣ୍ଡା ପାଣିରେ କିଛି ଫରକ ନାହିଁ। ହାତ ଥଣ୍ଡା ପାଣିରେ ଧୁଅନ୍ତୁ ବା ଗରମ ପାଣିରେ ଧୁଅନ୍ତୁ ବ୍ୟାକ୍ଟେରିଆକୁ ଶେଷ କରିବା ପାଇଁ ଉଭୟ ପାଣିର ସମାନ ପ୍ରଭାବ ଥାଏ।

ତେବେ ଗରମ ପାଣିରେ ଖାସ୍‌ କଥା ଏହା ଯେ ଏଥିରେ ସାବୁନ ଲଗାଇ ହାତ ଧୋଇଲେ ଅଧିକ ଫେଣ ହୋଇଥାଏ। ଫଳରେ ହାତ ଭଲ ସଫା ହୋଇଥାଏ।

୧୦ ସେକେଣ୍ଡରୁ ଅଧିକ ସମୟ ହାତ ଧୋଇବା ଆବଶ୍ୟକ ବୋଲି ମଧ୍ୟ ଏହି ସର୍ଭେରୁ ଜଣାପଡ଼ିଛି। ଯେଉଁଠି ହାତ ଧୋଇବା ସମ୍ଭବ ନହେବ ସେଭଳି ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ପ୍ରୟୋଗ କରିବା ଠିକ।

Comment